ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସଂପଦ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର ୨୧।୦୮: ଜଳସଂପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା । ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ବଢୁଥିବା ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ସମୀକ୍ଷା । ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଓ ଉଚ୍ଚ ପଦାଧିକାରୀ ଉପସ୍ଥିତ । ବନ୍ୟା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିବା ନେଇ ଆଲୋଚନା ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା ରହିଛି । ଗାଲୁଡ଼ିହ ବ୍ୟାରେଜର ୧୬ ଗେଟ୍ ଖୋଲି ଦେଇଛି ଝାଡ଼ଖଣ୍ଡ। ପୂର୍ବରୁ ୧୪ ଗେଟ୍ ଖୋଲିଥିଲା । ଏବେ ଆଉ ୨ ଟି ଗେଟ୍ ଖୋଲି ଦେଇଛି ଝାଡଖଣ୍ଡ । ଯାହାଫଳରେ ପାଣି ଘେରରେ ବାଲେଶ୍ଵର ଜିଲ୍ଲାର ଅନେକ ତଳିଆ ଅଞ୍ଚଳ। ଖାସ୍‌ କରି ଜଳକା ଓ ବୁଢ଼ାବଳଙ୍ଗର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

nis-ad
Leave A Reply

Your email address will not be published.