ଲଗାଣ ବର୍ଷା ଯୋଗୁ କାନ୍ଥ ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଉଦଳା: କାଳ ହେଲା ଲଗାଣ ବର୍ଷା । ଘରର କାନ୍ଥ ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡିହା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଭେଜଡିହା ଗାଁରେ ଘାସିରାମ ମହାକୁଡ଼ ଏବଂ ତାଙ୍କ ସ୍ତ୍ରୀ ଘରେ ଶୋଇଥିଲେ । ତେବେ ଲଗାଣ ବର୍ଷା କାରଣରୁ ମାଟ ଘରର ଏକ କାନ୍ଥ ହଠାତ୍‌ ଭୁଶୁଡିପଡିଥିଲା ।

ଯାହାଫଳରେ ସ୍ୱାମୀ ଓ ସ୍ତ୍ରୀ ତଳେ ଚାପି ହୋଇଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି । ଘାସିରାମଙ୍କ ଛାତି ଓ ଶରୀରରେ ଗଭୀର ଆଘାତ ଲାଗିଛି ।

nis-ad
Leave A Reply

Your email address will not be published.