୩୧ରେ ବିଏମ୍‌ସିର ନୂଆ ବିଲ୍ଡିଂ ସହ ଲୋକାର୍ପଣ ହେବ ୨ ବହୁତଳ କାର ପାର୍କିଂ

ଭୁବନେଶ୍ୱର: ରାଜମହଲ ଏବଂ ସହିଦନଗର ଠାରେ ଥିବା ଦୁଇ ବହୁତଳ କାର ପାର୍କିଂ ଖୁବ୍‌ଶୀଘ୍ର ଲୋକାର୍ପଣ ହେବ । ଶନିବାର ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଏମ୍‌ଡି ସଂଜୟ କୁମାର ସିଂ ଏହି କାର ପାର୍କିଂର ସମୀକ୍ଷା କରିଛନ୍ତି ।

ସେହିପରି ବିଏମ୍‌ସିର ନୂଆ ବିଲ୍ଡିଂ ଅଗଷ୍ଟ ୩୧ରେ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ରାଜମହଲରେ ବିଏସ୍‌ସିଏଲ୍‌ ପକ୍ଷରୁ ୪୩ କୋଟି ଟଙ୍କା ବିନିମୟରେ ମଲ୍ଟି ଲେବଲ କାର ପାର୍କିଂ ନିର୍ମାଣ ହୋଇଛି । ଏଥିରେ ଏକା ଥରକେ ୪୫୦ଟି କାର ପାର୍କିଂ କରିବାର କ୍ଷମତା ରହିଛି । ସେହିପରି ସହିଦନଗର ଠାରେ ମଧ୍ୟ ୨୫୦ କାର ପାର୍କିଂସ୍ଥଳୀ ନିର୍ମାଣ ହୋଇଛି । ଏହି ଦୁଇ ପାର୍କିଂସ୍ଥଳୀର ନିର୍ମାଣକାର୍ଯ୍ୟ ସରିଛି । ଆସନ୍ତା ୩୧ ଅଗଷ୍ଟରେ ଏହି ପାର୍କିଂସ୍ଥଳୀ ଉଦ୍‌ଘାଟନ ହେବ ।

nis-ad
Leave A Reply

Your email address will not be published.