ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ

ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଂକେତ ୫.୫୦ ମି. ଥିବା ବେଳେ ଜଳସ୍ତର ୬.୯୦ ମି. ରହିଛି । ବୁଢ଼ାବଳଙ୍ଗର ବିପଦ ସଂକେତ ୮.୧୩ ମି ଥିବା ବେଳେ ଜଳସ୍ତର ଏବେ ୭.୪୨ ମି.

ରହିଛି । ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମି.ଥିବା ବେଳେ ଜଳସ୍ତର ୭.୯୮ ମି.ରହିଛି । ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ିଆ, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି । ବ୍ୟାପକ ଅଞ୍ଚଳ ଜଳମଗ୍ନ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ସେପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ସପ୍ତାହରେ ଦ୍ୱିତୀୟ ଥର ପାଇଁ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ଭୋର ୪ଟା ସୁଦ୍ଧା ଜଳସ୍ତର ୧୮. ୮୪ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ବୈତରଣୀ ନଦୀର ଶାଖା ଗେଙ୍ଗୁଟି, କୋଚିଳା ଆଦି ନଦୀର ବି ଜଳସ୍ତର ବଢିଛି । ବିଶେଷ କରି ଧାମନଗର, ଭଣ୍ଡାରିପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ ବୋଲି ଆଶଙ୍କା ରହିଛି । ତେବେ ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ ନିଷ୍କାସିତ ହୋଇନଥିବା ବେଳେ ଏବେ ପୁଣି ବୈତରଣୀ ରେ ବନ୍ୟା ସଙ୍ଗିନ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦେଖି ଦୁଇଟି ଓଡ୍‌ରାଫ୍‌, ଦୁଇଟି ଏନଡିଆରଏଫ୍‌ ଓ ୮ ଟି ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି ।

nis-ad
Leave A Reply

Your email address will not be published.