ପଦ୍ମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବରୁ ରୋଗୀସେବା ବାଧାପ୍ରାପ୍ତ

ମାଲକାନଗିରି, ୨୦।୮ : ମାଲକାନଗିରି ଜିଲ୍ଲା ଦିନକୁ ଦିନ ବିକାଶ ଆଡକୁ ଅଗ୍ରସର ହେଉଥିବା ବେଳେ ଜିଲ୍ଲାରେ ଚିକିତ୍ସା ବ୍ୟାବସ୍ଥାରେ ମଧ୍ୟ ପୂର୍ବ ଅପେକ୍ଷା ଅନେକ ସୁଧାର ଓ ବିକାଶ ଆସିଛି । ଜିଲ୍ଲାର ଅନେକ ନିଷ୍ଠାବାନ ଡାକ୍ତରଙ୍କ ଉତ୍ତମ ସେବା ଏବଂ ପ୍ରଶାସନର ଚେଷ୍ଠା ଫଳରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ନୀତି ଆୟୋଗ ପକ୍ଷରୁ ପ୍ରଶଂସା କରାଯାଇଥିବା ସହ କାୟାକଳ୍ପରେ ପ୍ରଥମ ପୁରସ୍କାର ମଧ୍ୟ ମିଳିଛି । ଜିଲ୍ଲାରେ ଚିକିତ୍ସା ବ୍ୟବସ୍ତାରେ ସୁଧାର ପରେ ମାଲକାନଗିରି ଜିଲ୍ଲା ସହ ଛତିଶଗଡର ଅନେକ ରୋଗୀ ବର୍ତ୍ତମାନ ମାଲକାନଗିରିର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ଆସୁଛନ୍ତି । ତେବେ ଜିଲ୍ଲାରେ ଥିବା ପଦ୍ମଗିରି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମଧ୍ୟ ଅଞ୍ଚଳର ୪ଟି ପଞ୍ଚାୟତର ହଜାର ହଜାର ଲୋକେ ଓ ସୀମାନ୍ତ ଛତିଶଗଡର ଅନେକ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ସେଠାରେ ଥିବା ଡାକ୍ତରଙ୍କ ଉତ୍ତମ ସେବାକୁ ସଭିଏଁ ବେସ ପ୍ରଶଂସା କରିଛନ୍ତି । ତେବେ ଏହି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କିଛିଦିନ ପୂର୍ବେ ଚିତ୍ର ଅନେକ ଭିନ୍ନ ଥିଲା । ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁନଥିବା ବେଳେ ଜଣେ ଅଭିଜ୍ଞ ଡାକ୍ତର ଓ ବିଭିନ୍ନ ପରୀକ୍ଷା ନିମନ୍ତେ ଉପକରଣ ଅଭାବରୁ ରୋଗୀ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଅଥବା କୌଣସି ଘରୋଇ ଡାକ୍ତରଙ୍କ ଠାରୁ ଚିକିତ୍ସା କରାଇବାକୁ ବାଧ୍ୟ୍ୟ ହେଉଥିଲେ । କିନ୍ତୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ଃ ଅନୁପମ ଜେନାଙ୍କୁ ପଦ୍ମଗିରି ସ୍ଵାସ୍ଥ କେନ୍ଦ୍ରରେ ନିଯୁକ୍ତ କରିବା ପରେ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଅଭାବକୁ ପୂରଣ କରିବା ଦିଗରେ ଶ୍ରୀ ଜେନା ପ୍ରୟାସ ଜାରି ରଖିବା ସହ ଉନ୍ନତ ମାନର ଚିକିତ୍ସା ପଦ୍ଦତି ଓ ଉତ୍ତମ ଆଚରଣ ଫଳରେ ଅଳ୍ପଦିନ ମଧ୍ୟରେ ଏହି ସ୍ଵାସ୍ଥ କେନ୍ଦ୍ର ଅନେକ ସୁନାମ ଅର୍ଜି ପାରିଛି । ତେଣୁ ଅନେକ ରୋଗୀ ଏଠାକୁ ଆସି ସୁସ୍ଥ ହେବା ସହ ଉତ୍ତମ ଚିକିତ୍ସା ପାଉଥିବା ପ୍ରକାଶ କରିଛନ୍ତି । ତେବେ ଡାକ୍ତରଙ୍କ ଉତ୍ତମ ସେବା ସତ୍ବେ ସ୍ଵାସ୍ଥ କେନ୍ଦ୍ରରେ କର୍ମଚାରୀଙ୍କ ସଂଖ୍ୟା କମ ଥିବାରୁ ରୋଗୀଙ୍କୁ ସଠିକ ସମୟ ମଧ୍ୟରେ ସେବା ମିଳି ପାରୁନଥିବାରୁ ସମସ୍ୟା ହେଉଥିବା ବେଳେ ଅଧିକ କର୍ମଚାରୀଙ୍କୁ ଏଠାରେ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଥିଲା । ଏହି ଦାବୀ ଏବଂ ଡାକ୍ତରଙ୍କ ପ୍ରଶଂସନିୟ ସ୍ୱାସ୍ଥ୍ୟ ସେବାକୁ ଅଞ୍ଚଳବାସୀଙ୍କ ଠାରୁ ଜାଣିବା ପରେ ପଦ୍ମଗିରି ସରପଞ୍ଚ ସୁନାଧର ମାଡକାମିଙ୍କ ନେତୃତ୍ଵରେ ଆଜି ଏକ ଟିମ ସ୍ଵାସ୍ଥ କେନ୍ଦ୍ରରେ ପରିଦର୍ଶନ କରିଥିଲେ । ଉକ୍ତ ଟିମରେ ଉଡୁପା ପଞ୍ଚାୟତର ସରପଞ୍ଚ ଗଙ୍ଗା ମାଡକାମି, ଜୋନ ଏକ ଜିଲ୍ଲାପରିଷଦ ସଦସ୍ୟା କୁନି ଭୂମିଆ, ସ୍ଥାନୀୟ ସମାଜସେବୀ ସୁରେନ୍ଦ୍ର ନାଥ ରଥ, ୱାର୍ଡ ମେମ୍ବର ଲକ୍ଷୀନାଥ ପଟଲା, ବଜରଙ୍ଗ ମାର୍କେଟ କମିଟିର ଉପସଭାପତି ଅଚିନ୍ତ ମଣ୍ଡଳ, ଜୟନ୍ତି ସରାବୁ ସମେତ ସ୍ଥାନୀୟ ବୁଦ୍ଧିଜୀବି ସାମିଲ ଥିଲେ । ସ୍ଵାସ୍ଥ କେନ୍ଦ୍ରରେ ପହଞ୍ଚି ସମସ୍ତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ମିଳୁଥିବା ସ୍ଵାସ୍ଥସେବା ବିଷୟରେ ପଚାରି ବୁଝିଥିଲେ । ଚିକିତ୍ସା କଠୋରୀ ଠାରୁ ଆରମ୍ଭ କରି ଲେବର ରୁମ ପର୍ଯନ୍ତ ଉକ୍ତ ଟିମ ଅନୁଧ୍ୟାନ କରିବାପରେ ଏଠାରେ ଗୋଟିଏ ଷ୍ଟାଫ ନର୍ସ ଏବଂ ଗୋଟିଏ ସ୍ଥାଇ ଲ୍ୟାବ ଟେକ୍ନିସିଆଁନର ଏକାନ୍ତ ଅଭାବ ଥିବାର ଦେଖି ଏହାକୁ ଅତି ଶୀଘ୍ର ପୂରଣ କରିବାପାଇଁ ପଦ୍ମଗିରି ସରପଞ୍ଚ ଶ୍ରୀ ମାଡକାମିଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି ଓ ଅଞ୍ଚଳବାସି ପ୍ରଶାସନ ଠାରେ ଦାବି ରଖିଥିଲେ । ଯଥା ଶିଘର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଅନୁନ୍ୟ ଏହି ଦୁଇ କର୍ମଚାରୀଙ୍କ ନିଯୁକ୍ତି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସମସ୍ତ ଜନ ପ୍ରତିନିଧି ପ୍ରକାଶ କରିଥିଲେ । ଏହା ସହ ଡ଼ଃ ଜେନାଙ୍କ ଆସିବା ପରେ ଅଳ୍ପ ଦିନ ମଧ୍ୟରେ ସ୍ଵାସ୍ଥ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି, ଆବଶ୍ୟକ ସ୍ଥଳେ ରାତି ଅଧରେ ସେବା ଯୋଗାଇଦେବା, ନିଜ ଅଞ୍ଚଳରେ ରକ୍ତଦାନ ଶିବିରର ଆୟୋଜନ କରିବା ଏବଂ ଏହାର ଆବଶ୍ୟକ ଓ ଉପକାରିତା ବିଷୟରେ ଯୁବପିଢ଼ିଙ୍କୁ ଉତ୍ସାହିତ କରିଆସୁଥିବାରୁ ଡାକ୍ତରଙ୍କ ସମେତ ସମସ୍ତ ସ୍ଵାସ୍ଥ କର୍ମଚାରୀଙ୍କୁ ଏହି ଜନ ପ୍ରତିନିଧି ଦଳ ପ୍ରଶଂସା କରିଥିଲେ ।

nis-ad
Leave A Reply

Your email address will not be published.