ସଫ୍ଟୱାର କାମ ନକରିବାରୁ ସ୍ଥଗିତ ହେଲା ଓଡ଼ିଶା ପୁଲିସର ସବ ଇନ୍ସପେକ୍ଟର ପରୀକ୍ଷା

ଓଡ଼ିଶା ପୁଲିସର ସବ ଇନ୍ସପେକ୍ଟର ପରୀକ୍ଷାରେ ବିଭ୍ରାଟ ଯୋଗୁଁ ସ୍ଥଗିତ ହେଲା ପରୀକ୍ଷା । ବିଭ୍ରାଟକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ପରୀକ୍ଷା କରୁଥିବା ସଂସ୍ଥାକୁ ସୋ କଜ୍ ନୋଟିସ ଜାରି କରାଯାଇଛି।ପରେ OMRରେ ଜିଲ୍ଲା ସଦର ମହକୁମାରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି।

Combined police Service Examination CPSE,2018ର ପେପର ୧ re-examination ପରୀକ୍ଷାରେ ଘୋର ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି। ସାଲିଆ ସାହିରେ ଥିବା ଆଳକାନନ୍ଦ ଇନ୍ଫୋଟେକ ସେଣ୍ଟରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାର୍ଥୀ ବିଭିନ୍ନ ସ୍ଲୋଗନ ଦେଇ ନିଜର ଅସନ୍ତୋଷ ପ୍ରଦର୍ଶନ କରିଥିଲେ। ସକାଳ ପର୍ଯ୍ୟାୟ ପରୀକ୍ଷ ସାଢେ ୧୦ଟାରେ ସରୁଥିଲେ ହେଁ ପରୀକ୍ଷାର୍ଥୀ ମାନେ କ୍ୟାମ୍ପସ ଭିତରେ ଦିନ ଗୋଟାଏ ଯାଏଁ ଥିଲେ। ବାହାରେ ଅପେକ୍ଷା କରିଥଲେ ବହୁ ସଂଖ୍ୟାରେ ପରୀକ୍ଷାର୍ଥୀ। ଅଭିଯୋଗ ହେଲା ସଫ୍ଟୱାର କାମ କରୁନି। ଏପରିକି ଜଣେ ପରୀକ୍ଷାର୍ଥୀଙ୍କୁ ୧୨ ଥର କମ୍ପ୍ୟୁଟର ବଦଳାଇବାକୁ ପଡ଼ିଥିଲା। ୨୦୧୮ର ଏହି ପରୀକ୍ଷା ଚଳିତ ବର୍ଷ ଜୁନରେ ହୋଇଥିଲା। ଭୁଲ ପ୍ରଶ୍ନ ଯୋଗୁଁ ପୁଣି ଆଜି ପରୀକ୍ଷାରେ ମଧ୍ୟ ବିଭ୍ରାଟ ହୋଇଛି। ବାରମ୍ବାର ଏଭଳି ଅସୁବିଧା ହେଉଥିବାରୁ ପରୀକ୍ଷାର୍ଥୀ କ୍ଷୋଭ ପ୍ରକାଶ କରୁଛନ୍ତି।

CPSE 2018ର SI ପରୀକ୍ଷା ଓଡ଼ିଶା ପୋଲିସ recruitment ବୋର୍ଡ କରୁଛି। ଏକ କେନ୍ଦୀୟ ସଂସ୍ଥା Broadcast Engineering Corporation India LTD ଟେଣ୍ଡର ନେଇ ଏହି ପରୀକ୍ଷା କରୁଛି। ଏହାର ଚେୟାର ମ୍ୟାନ ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ soft ware ତ୍ରୁଟି ଯୋଗୁଁ ବିଭ୍ରାଟ ହୋଇଥିଲା। ସେଥିପାଇଁ ପରୀକ୍ଷା ସ୍ଥଗିତ ରଖାଗଲ। BECIକୁ ସୋ କଜ୍ ନୋଟିସ ମଗାଯାଇଛି। ଏଥର OMR ପଦ୍ଧତିରେ ପରୀକ୍ଷା ହେବ ଓ ଜିଲ୍ଲା ସଦମହକୁମାରେ ପରୀକ୍ଷା ହେବ।

ବହୁ ପରୀକ୍ଷାର୍ଥୀ ଦୂର ଦୁରନ୍ତ ରୁ ଆସି ପରୀକ୍ଷା ଦେଉଛନ୍ତି । ବାରମ୍ବାର ପରୀକ୍ଷା ଦେବାକୁ ପଡୁଥିବାରୁ ସେମାନେ ମାନସିକ ସ୍ତରର ଚାପରେ ରହୁଛନ୍ତି। ଏଥର ପରୀକ୍ଷା ନିଭୂଲରେ ହେବାନେଇ ଭାବୁଥିବା ପରୀକ୍ଷାର୍ଥୀ ଏବେ ଦ୍ବନ୍ଦରେ ପଡିଛନ୍ତି।

nis-ad
Leave A Reply

Your email address will not be published.