ଆସନ୍ତା ୨୭ ତାରିଖରେ ହେବ ASO ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ସହ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ଘୁଞ୍ଚିଥିଲା ଏଏସଓ ପରୀକ୍ଷା। ଆସନ୍ତା ୨୭ ତାରିଖରେ ହେବ ଏଏସଓ ପରୀକ୍ଷା। ପୂର୍ବରୁ ୨୧ ତାରିଖରେ ହେବାକୁ ଥିବା ଲିଖିତ ଏଏସଓ ପରୀକ୍ଷା ୨୭ ତାରିଖରେ ହେବ। ଏନେଇ ଆଜି ଓପିଏସଇ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନା ଯୋଗ୍ୟ, ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ସହ ଉପୁଜିଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧.୦୮.୨୦୨୨ ତାରିଖ ( ରବିବାର) ହେବାକୁ ଥିବା ଏ.ଏସ.ଓ ପରୀକ୍ଷାକୁ ଅଗଷ୍ଟ ୧୮ରେ ସ୍ଥଗିତ ରଖା ଯାଇଥିଲା।

ରବିବାର ନିର୍ଦ୍ଧାରିତ ଏଏସଓ ଲିଖିତ ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପରୀକ୍ଷା ନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ସଭିଁଙ୍କୁ ଜଣାଯିବ। ନେଇ ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ମିଳିଥିଲା।

nis-ad
Leave A Reply

Your email address will not be published.