କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଇ ଗିରଫ

ଜମ୍ମୁ: ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ କରି ଅଭିଯୁକ୍ତ ଗିରଫ। ହାୱାଲା ଚ୍ୟାନେଲ ମାଧ୍ୟମରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ପଠାଉଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ ଏବଂ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ଅପରେସନରେ ଏହି ମିଶନ ସଫଳ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲର ସ୍ୱତନ୍ତ୍ର କମିଶନର ଏଚଜିଏସ ଧଲୱାଲ କହିଛନ୍ତି ଯେ, ହାୱଲା ଚ୍ୟାନେଲ ମାଧ୍ୟମରେ ପଠାଯାଇଥିବା ଏହି ଟଙ୍କା କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିଲା। ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ୟାସିନ । ଦିଲ୍ଲୀର ତୁର୍କମାନ ଗେଟ୍ ଅଞ୍ଚଳରେ ରହୁଥିବା ୟାସିନ ଜଣେ କପଡ଼ା ବ୍ୟବସାୟୀ।
ଗତ ସପ୍ତାହରେ ଅବଦୁଲ ହମିଦ ଅମୀର ନାମକ କାଶ୍ମୀରର ଜଣେ ଆତଙ୍କବାଦୀଙ୍କୁ ସେ ପ୍ରାୟ ୧୦ ଲକ୍ଷ ଟଙ୍କା ପଠାଇଥିବା ପୋଲିସ କହିଛି। ଏହି ଘଟଣାରେ ଜମ୍ମୁ କାଶ୍ମୀର ପୁଲିସ ଏକ ମାମଲା ରୁଜୁ କରି ହମିଦଙ୍କୁ ଗିରଫ କରିଛି । ତେବେ ତାଙ୍କୁ ଜେରା ବେଳେ ୟାସିନଙ୍କ ନାଁ ଆସିଥିଲା। ୟାସିନଙ୍କଠାରୁ ୭ଲକ୍ଷ କ୍ୟାସ ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି। ତଦନ୍ତ ବେଳେ ୟାସିନ୍ ଏକ ହାୱଲା ଚ୍ୟାନେଲ କାମ କରୁଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ଆଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ୟାସିନ ବିଦେଶ ଆତଙ୍କବାଦୀ ସଙ୍ଗଠନକୁ ଟଙ୍କା ପଠାଇଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକାରୁ ଏହି ଅର୍ଥ ଆସୁଥିବା ବେଳେ ଗୁଜରାଟର, ସୁରଟ ଏବଂ ମୁମ୍ବାଇ ପର୍ଯ୍ୟନ୍ତ ହାୱାଲ ଟଙ୍କା ପଠାଯାଉଛି। ଏହି ହାୱଲା ସିଣ୍ଡିକେଟରେ ୟାସିନ ଏକ ପ୍ରମୁଖ ଲିଙ୍କ ବୋଲି ପୁଲିସ କହିଛି।

nis-ad
Leave A Reply

Your email address will not be published.