ମାନବିକତା ଦେଖାଇଲେ ଜିଲ୍ଲା ଗୃହରକ୍ଷୀ ସଂଘ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ଲଳିତ କୁମାର ବଗର୍ତି ବୟସ ୪୮ ବର୍ଷ କିଛିଦିନ ହେବ ସେ ଅସୁସ୍ଥ ହୋଇ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ଚିକିତ୍ସାବସ୍ଥାରେ ହିଁ ଆଜି ତାଙ୍କର ମୃତ୍ୟୁ ହୋଇଥିଲା ।ଲଳିତଙ୍କ ମର ଶରୀରକୁ ପରିବାର ବର୍ଗ ବ୍ରହ୍ମପୁରରୁ ଫୁଲବାଣୀ ଲକ୍ଷ୍ମୀ ମାର୍କେଟ ସ୍ଥିତ ବାସଭବନକୁ ଆଣିଥିଲେ ।ମୃତ୍ୟୁ ଖବର ପାଇ ଜିଲ୍ଲା ଗୃହରକ୍ଷୀ ସଂଘ ର ସଦସ୍ୟ,କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ସଂଘର ଆବାହକ ବିରାଜ କୁମାର ପ୍ରଧାନ,କାଯ୍ୟକାରିଣୀ ସଭାପତି ଅକ୍ଷୟ କୁମାର ରାୟ , ସୁଧୀର ବେହେରା, ଭଜମନ ନାୟକ, ସଫ୍ରିନ ଖାନ, ଜୟନ୍ତୀ ଚୌଧୁରୀ, ସରସ୍ବତୀ ନାୟକ, ସୁନିତା ପାତ୍ର ସମେତ ସ୍ଥାନୀୟ ବାସିନ୍ଦା ସୁଦାମ ସାହୁ, ରାଜୀବ ବେହେରା ,ଲକ୍ଷ୍ମୀ ମାର୍କେଟ ସ୍ଥିତ ବାସ ଭବନରେ ପହଞ୍ଚି ସମବେଦନା ଜଣାଇଥିଲେ ଏବଂ ମୃତ ସହକର୍ମୀଙ୍କ ଶବ ସତ୍କାର କରିବା ପାଇଁ ଆଗଭର ହୋଇଥିଲେ। ସଂଘର ସଦସ୍ୟମାନେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ନିକଟସ୍ଥ ନାରାୟଣୀ ମନ୍ଦିର ପାଖ ଶ୍ମଶାନରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରିଥିଲେ। ଏଭଳି ମାନବିକତାର ଦିଗଦର୍ଶନ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଗୃହରକ୍ଷୀ ସଂଘ । ଏହି ପଦକ୍ଷେପ ପାଇଁ ଗୃହରକ୍ଷୀ ବିଭାଗ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.