ଗୋପାଳ ସମାଜ ପକ୍ଷରୁ ନନ୍ଦ ଉତ୍ସବ


ହିଂଜିଳିକାଟୁ (୧୯ା୮) : ଷୋହଳଖଣ୍ଡ ଗୋପାଳ ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ଶୁକ୍ରବାର ନନ୍ଦ ଉତ୍ସବ ହିଂଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ମୁଠାସ୍ଥିତ ଶ୍ରୀ ୱାଲୁଙ୍କେଶ୍ବର ମନ୍ଦିର ପରିଷରରେ ଆଡ଼ମ୍ବର ପୂର୍ଣ୍ର ସହକାରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ନୂଆଁଗଡ଼ ମୁଠା ଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ଠାରୁ ଗୋପାଳକୃଷ୍ଣଙ୍କ ନଗର ପରିକ୍ରମାରେ ବେଶ ପଟୁଆର ଓ ମହିଳାଙ୍କ ଦ୍ୱାରା କଳସ ଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲା । ନଗର ପରିକ୍ରମା ପରେ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବଖଣ୍ଡ ତାଲୁକା ସଭାପତି ଶିବରାମ ଗଉଡ଼ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କଂଚୁରୁ ମଠର ମହନ୍ତ ହରିହର ଦାସ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ବିଶ୍ୱନାଥ ମହାଙ୍କୁଡ଼ ଯୋଗ ଦେଇଥିଲେ ।

ସମ୍ପାଦକ କିଶୋର ଚନ୍ଦ୍ର ଗଉଡ ବାର୍ଷିକ ବିବରଣୀ ପାଠ’ କରିଥିଲେ । ନନ୍ଦ ଉତ୍ସବ ଉପରେ ଧାର୍ମିକ, ସାଂସ୍କୃତିକ ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋଚନା ହୋଇଥିଲା । ସମାଜର କୁଳ ଘରର ଉନ୍ନତି ନିମନ୍ତେ୨୦୧୯ ରେ ଦେଇଥିବା ପ୍ରତିଶୃତି ସାଂସଦ ବିଷୋୟୀ ୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଗୌଡ ଜାତି ପଛୁଆ ବର୍ଗ ଏଣୂ ସାମାଜିକ, ଶିକ୍ଷା, ରାଜନୈତିକ ଓ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନେଇ ସମସ୍ତ ସମାଜ ସଙ୍କଳ୍ପ ନେବା ପାଇ ସଭାପତି କହିଥିଲେ। ୧୩୦ଜଣ ମାଟ୍ରିକ ଓ ଯୁକ୍ତ ଦୁଇ ମେଧାବୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ରଂଜନ କୁମାର ଗୌଡ଼, ଅରୁଣ ଗୌଡ଼, ସାହେବ ଗୌଡ଼, ଭଗବାନ ଗୌଡ଼, ରମେଶ ଗୌଡ଼, ସନ୍ତୋଷ ଗୌଡ଼, ନୂଆଁଗଡ଼ ମୁଠା ସଭାପତି ଉଚ୍ଛବ ଗୌଡ଼, ଗ୍ରାମ ସଭାପତି ସୁବାସ ଚନ୍ଦ୍ର ଗୌଡ଼ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ପୂର୍ବଖଣ୍ଡ ତାଲୁକା, ନୂଆଗଡ଼ ମୁଠା ଓ ଗୋପାଳ ପରିବାରର ସଦସ୍ୟ ମାନେ ସହଯୋଗ କରିଥିଲେ ।ଏହି ଷୋହଳଖଣ୍ବ ଗୋପାଳ ସମାଜ ରେ ୮୪ ଖଣ୍ଡ ଗ୍ରାମର ୨୨ ଖଣ୍ଡ ମୁଠା ର ସଭାପତି ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହିକାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ କଳା ମନ୍ଦିର ଓ ଵିଭିନ୍ନ ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

nis-ad
Leave A Reply

Your email address will not be published.