ଛତ୍ରପୁର ୟୁରୋ ସ୍କୁଲ ପରିସରରେ ଜନ୍ମାଷ୍ଟମୀ ପାଳିତ

ଛତ୍ରପୁର ୧୯/୮ : ସ୍ଥାନୀୟ ୟୁରୋ ସ୍କୁଲ ପରିସରରେ ପବିତ୍ର ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପିନ୍ସପାଲ ପ୍ରମୋଦ କୁମାର ମିଶ୍ର ଉପସ୍ଥିତ ରହି କୃଷ୍ଣ ବେଶରେ ସୁସଜ୍ଜିତ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜନ୍ମାଷ୍ଟମୀର ବିଭିନ୍ନ ଗାଥା ଗାନ କରିଥିଲେ । ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ସ୍କୁଲର ମୁଖ୍ୟ ତଥା ଯୁବ ଆଇବଜିବୀ ରଞ୍ଜନ କୁମାର ମହାପାତ୍ର, ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।

nis-ad
Leave A Reply

Your email address will not be published.