ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀ
ଆସନ୍ତା ନଭେମ୍ବର ମାସରେ ଭୁବେନଶ୍ବର ଠାରେ ଫୋଟ ଫେର ହେବା ଏବଂ ସେଥିରେ କିପରି ଅଂଶ ଗ୍ରହଣ କରିବା ସେ ନେଇ ଆଲୋଚନା ହୋଇଥିଲା ।ଏଥି ସହିତ ସଭାପତି ବିଶ୍ୱ ଫୋଟ ଗ୍ରାଫି ଦିବସ ପାଳନର ଉଦେଶ୍ୟ ଉପରେ ମଧ୍ୟ ଆଲୋକ ପାତ କରିଥିଲେ। ଅଗଷ୍ଟ ୧୯, ୧୮୩୯ ମସିହାରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ହୋଇ ଆସୁଅଛି। ଫଟୋଗ୍ରାଫି କ୍ଷେତ୍ରରେ ଯୋଗଦାନ କରିଥିବା ଫଟୋଗ୍ରାଫର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୯ ରେ ପାଳନ କରାଯାଏ । ଲୋକମାନଙ୍କ କଳାକୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ବିଜ୍ଞାପନ ଫଟୋଗ୍ରାଫରମାନେ ମଧ୍ୟ ଏହି କଳାର ଅଗ୍ରଦୂତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି, ଯେଉଁମାନେ ସେମାନଙ୍କୁ ଫଟୋଗ୍ରାଫି ନେବାକୁ ପ୍ରେରଣା ଯୋଗାଇବାରେ ସହାୟକ ହୋଇ ପାରିବ ବୋଲି କହିଥିଲେ । ଅନ୍ୟ ଫୋଟ ଗ୍ରାଫର ମାନଙ୍କ ମଧ୍ୟରେ ଜଗା ଦାଶ, କାହ୍ନl ପଟ୍ଟନାୟକ, ଅଭିଷେକ ଗୌରବ, ରାଜା ବେହେରା, ସନ୍ତୋଷ ଦଳେଇ,ବିକାଶ ମିଶ୍ର, ରାମକୃଷ୍ଣ ପଣ୍ଡା, ବାଦଲ ବଗର୍ତ୍ତୀ, ଚିନ୍ମୟ ବେହେରା, କାହ୍ନl ଦିଗାଲ,ଅସିତ୍ କୁମାର ବେହେରା, କୃତିଦିପନ୍ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post