ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଜିଲାପାଳଙ୍କ ପରାମର୍ଶ

ବାଲେଶ୍ୱର: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏ ନେଇ ଶୁକ୍ରବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେ ଶିନ୍ଦେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାର ଚାନ୍ଦିପୁର, ତାଳସାରୀ, କଷାଫଳ, ଡଗରା ଓ ପଞ୍ଚଲିଙ୍ଗେଶ୍ୱରକୁ ଆଦି ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ କୁହାଯାଇଛି।

ରାଜ୍ୟରେ ଲଘୁଚାପ ବର୍ଷା ପ୍ରଭାବରେ ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

nis-ad
Leave A Reply

Your email address will not be published.