ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ର ସଦସ୍ୟ ଶଙ୍କର ମାଝୀ ଙ୍କ ବିୟୋଗରେ ଜିଲ୍ଲା କୋର୍ଟ ପରିସରରେ ଏକା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ଭୋର୍ ପ୍ରାୟ ୩.୩୦ମି. ସମୟରେ ତାଙ୍କ ପରଲୋକ ହୋଇଥିଲା। ୪୬ ବର୍ଷ ବୟସରେ ପରଲୋକ ହୋଇଥିବା ସ୍ୱର୍ଗତ ମାଝୀଙ୍କ ଶେଷ କୃତ୍ୟ ଇନ୍ଦ୍ରାବତୀ ଶ୍ମଶାନରେ ଶୁକ୍ରବାର ଦିନ ହୋଇଥିଲା। ତାଙ୍କ ବିୟୋଗ ରେ ସଂଘ ସଦସ୍ୟ ମାନେ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅମର ଆତ୍ମାଙ୍କୁ ସମ୍ମାନ ପ୍ରଦାନ କରି ଦିନକ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରଖାଯାଇଥିଲା। ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, ବରିଷ୍ଠ ଆଇନଜୀବୀ ଶ୍ରୀ ସି. ଏଚ୍. ବାବା ଯୁଗନ୍ଧର, ହରି ନାରାୟଣ ବେହେରା, ମାନସ ତ୍ରିପାଠୀ, ସୁବୋଧ ଚନ୍ଦ୍ର ବେନ୍ୟା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୋପାଳ କୃଷ୍ଣ ପାଣିଗ୍ରାହୀ ପ୍ରମୁଖ ସ୍ମୃତି ଚାରଣ କରି ସେ ଜଣେ ମେଳାପି, ମିଷ୍ଠ ଭାଷୀ ଓ ସରଳ ଯୁବକ ଥିଲେ ଓ ତାଙ୍କ ବିୟୋଗ ରେ ଜିଲ୍ଲା ଆଇନଜୀବୀ ସଂଘ ର ଅପୂରଣୀୟ କ୍ଷତି ଘଟିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଜେନିଫର ସୁନା, ସ୍ନେହଲତା ଦେବୀ, ଦେବୀ ପ୍ରସାଦ ସିଂ, ଗଜପତି ପଟ୍ଟନାୟକ, ଗଜେନ୍ଦ୍ର କୁମାର ଦାସ, ମହମ୍ମଦ ତାଜ ଇମ୍ରାନ ସରିଫ୍, ଦୀନେଶ ରାଜ କରକରା, ରାଜ କିଶୋର ନାଗ, ଲକ୍ଷ୍ମୀ କାନ୍ତ ମିଶ୍ର, ରାମ ଚନ୍ଦ୍ର ନାୟକ, ଦେବେନ୍ଦ୍ର ହରିଜନ, ସଞ୍ଜୀବ କୁମାର ଭକ୍ତ, ପଙ୍କଜିନୀ ତ୍ରିପାଠୀ, ଅମର ବିଷୋୟୀ, ନମିତା ପଟ୍ଟନାୟକ, ଗୋପାଳ ଶତପଥୀ, ସ୍ୱାଗତିକା ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.