ବଙ୍ଗୋପସାଗରରେ ବୁଡ଼ି ଗଲା ଟ୍ରଲର, ୧୮ ମତ୍ସ୍ୟଜୀବୀ ନିଖୋଜ

କୋଲାକାତା: ବଙ୍ଗୋପସାଗରରେ ବୁଡ଼ି ଯାଇଛି ଗୋଟିଏ ମାଛ ଧରା ଟ୍ରଲର। ଏଥିରେ ୧୮ ଜଣ ମତ୍ସ୍ୟଜୀବୀ ରହିଥିଲେ। ଘଟଣା ପରେ ସମସ୍ତେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ହେଲେ ଏଯାଏ ସେମାନଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନାହିଁ।
ଲଘୁଚାପ ଯୋଗୁ ସମୁଦ୍ର ବର୍ତ୍ତମାନ ଅଶାନ୍ତ ରହିଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟ ଯିବାକୁ ବାରଣ କରାଯାଇଛି। ତଥାପି ପଶ୍ଚିମବଙ୍ଗର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ। ତେବେ ସେମାନଙ୍କ ଟ୍ରଲର ୨୪ ପ୍ରଗଣାର କକଡୱିପ ଅଞ୍ଚଳର ସମୁଦ୍ରରେ ବୁଡ଼ି ଯାଇଛି।
ଟ୍ରଲର ବୁଡ଼ିବା ସମ୍ପର୍କରେ ଖବର ପାଇ ତଟରକ୍ଷୀ ବାହିନୀ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ସହାୟତା ମଧ୍ୟ ନିଆଯାଉଛି। ହେଲେ ସମୁଦ୍ର ଅଶାନ୍ତ ରହିଥିବାରୁ ନିଖୋଜ ମତ୍ସ୍ୟଜୀବୀ କିମ୍ବା ଟ୍ରଲର ସମ୍ପର୍କରେ ଏଯାଏ କୌଣସି ପ୍ରକାରର ସୂଚନା ମିଳିନାହିଁ।
ସମସ୍ତ ନିଖୋଜ ମତ୍ସ୍ୟଜୀବୀଙ୍କ ଘର ସୁନ୍ଦରବେନ ଅଞ୍ଚଳରେ। ସେମାନେ ଏମଭି ସତ୍ୟନାରାୟଣ ନାମକ ଟ୍ରଲରରେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଟ୍ରଲରଟି କେଣ୍ଡୋ ଦ୍ୱୀପ ନିକଟରେ ସମୁଦ୍ର ମଧ୍ୟରେ ଥିବା କୌଣସି ଏକ ବସ୍ତୁ ସହ ପ୍ରଥମେ ମାଡ଼ ହୋଇଥିଲା। ଏହାପରେ ଏହା ଗଭୀର ସମୁଦ୍ରରେ ବୁଡ଼ି ଯାଇଥିବା କୁହାଯାଉଛି।

nis-ad
Leave A Reply

Your email address will not be published.