ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

କଟକ: ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ଆଉ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡା ଗାଁରେ । ସକାଳୁ ସକାଳୁ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହେବାରୁ ୪ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା ।

ପରେ ସେମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଥିରୁ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ନାଁ ହେଉଛି ସୁରେଶ ଜେନା । ଗୁରୁତର ୩ଜଣ ହେଲେ ରବୀନ୍ଦ୍ର ଜେନା, କପିଳ ଜେନା ଓ ଗୋପାଳ ଜେନା । ଗୁରୁତର ୩ଜଣଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.