ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲା ବୈପାରୀଗୁଡା ଗୁପ୍ତେଶ୍ୱର ମାଳିପଦର ଜଙ୍ଗଲରେ ଗୁରୁବାର ଏକ ଅଘଟଣ ଘଟିଛି। ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ମଙ୍ଗଳବାର ୫ ଜଣ ବ୍ୟକ୍ତି ଜଙ୍ଗଲକୁ ଯାଇଥିଲେ। ହେଲେ ଲଗାଣ ବର୍ଷା ଯୋଗୁ ସେମାନେ ଜଙ୍ଗଲର ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ।

ଆଶ୍ରୟ ନେଇଥିବା ବେଳେ ଗୁମ୍ଫାରେ ମାଟି ଅତଡା ଖସି ପଡିଥିଲା। ଏଥିରେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

nis-ad
Leave A Reply

Your email address will not be published.