ରାଜଧାନୀର ବିଭିନ୍ନ ମନ୍ଦିରରେ ପାଳନ ହେଉଛି ଜନ୍ମାଷ୍ଟମୀ

ଭୁବନେଶ୍ବର: ଆଜି ହେଉଛି ଜନ୍ମାଷ୍ଟମୀ ରାଜଧାନୀର ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନରେ ଜନ୍ମଷ୍ଟମୀ ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଦ୍ଧ ରାତ୍ରିର ଅମୃତ ବେଳାରେ ଜନ୍ମ ନେବେ କୃଷ୍ଣ । । ମହାମାରୀର ୨ବର୍ଷ ପରେ କୃଷ୍ଣ ନାମରେ ପ୍ରକନ୍ତିତ ହେବ ରାଜଧାନୀ । ପୂଜା ପାଠ , ଭଜନ କୀର୍ତ୍ତନ ଓ ନାମ ସଂକୀର୍ତନ ଭିତରେ ଭକ୍ତଙ୍କ ମେଳରେ ଝୁଲିବେ ନନ୍ଦଲାଲା ।

ରାଜଧାନୀର ରାମ ମନ୍ଦିର , ଇସ୍କନ ମନ୍ଦିର , କିଟ ଜଗନ୍ନାଥ ମନ୍ଦିର , ବାୟାବାବା ମଠ ସମେତ ବିଭିନ୍ନ କୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ଏଥିପାଇଁ ସ୍ବତନ୍ତ୍ର ପୂଜା ବିଧିର ଆୟୋଜନ କରାଯାଇଛି । ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ମଧ୍ୟରେ ଉତ୍ସବ ଅନୁଷ୍ଠିତ ହେବ।

। ଇସ୍କନରେ ୩ଦିନ ଧରି ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ । ଆଜି ଭକ୍ତଙ୍କ ପାଇଁ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରାଯିବାର ବ୍ୟବସ୍ଥା ରହିଛି । ୨୦ ତାରିଖରେ ନନ୍ଦୋତ୍ସବର ଆୟୋଜନ କରାଯିବ । ସକାଳ ୭ଟା ୩୦ରେ ଦର୍ଶନ ଆଳତି କରାଯିବା ପରେ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗୁରୁପୂଜା ଆରମ୍ଭ ହେବ । ସକାଳୁ ରାତି ୧୧ଟା ଯାଏଁ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବାରିକିଟ୍ ର ବ୍ୟବସ୍ଥା କରାଯାଇଛି ।

nis-ad
Leave A Reply

Your email address will not be published.