ପବିତ୍ର ଜନ୍ମାଷ୍ଟମୀ ଅବସରରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଚଳଚଞ୍ଚଳ

ବାଲେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସ୍ଥିତ ଗୁପ୍ତ ବୃନ୍ଦାବନ ବା କ୍ଷୀରଚୋରା ଗୋପୀନାଥ ମନ୍ଦିର । ଜନ୍ମାଷ୍ଟମୀ ପାଇଁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ହାତରେ ପୂଜା ଥାଳି ନେଇ ଭଗବାନଙ୍କ ଦର୍ଶନ କରୁଛନ୍ତି । କିଏ କେତେ ଅଳି କରୁଛି ନନ୍ଦଲାଲାଙ୍କ ନିକଟରେ । ପୁଣି ପରିବାରର ଶୁଭ ମନାସି ଶ୍ରଦ୍ଧାଳୁମାନେ କ୍ଷୀରୋଚାରା ଗୋପୀନାଥଙ୍କ ନିକଟରେ ଦ୍ବୀପ ଜାଳୁଛନ୍ତି । ଦିନେ ଭକ୍ତ ପାଇଁ କ୍ଷୀର ଭୋଗ ଚୋରି କରି ପ୍ରଭୁ ଗୋପୀନାଥ କ୍ଷୀରଚୋରର ଆଖ୍ୟା ପାଇଥିଲେ । ସେହି ଦିନଠାରୁ ସେ କ୍ଷୀରଚୋରା ଗୋପୀନାଥ ଭାବେ ରେମୁଣା ଅଞ୍ଚଳରେ ପୂଜା ପାଉଛନ୍ତି ।

ଆଜି ଜନ୍ମାଷ୍ଟମୀ ଅବସରରେ ସନ୍ଧ୍ୟାରେ ମନ୍ଦିର ପରିସରରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ରହିଛି । ନନ୍ଦୋତ୍ସବ ପାଇଁ ମଧ୍ୟ ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଭକ୍ତ କେମିତି ସୁରୁଖୁରୁରେ ଭଗବାନଙ୍କୁ ଦର୍ଶନ କରିବେ ସେନେଇ ବ୍ୟବସ୍ଥା ହୋଇଛି ।

nis-ad
Leave A Reply

Your email address will not be published.