ମହିଳା କର୍ପୋରେଟରଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇ ବିଏମସି ଅଧିକାରୀ ଦୋଷୀ ସାବ୍ୟସ୍ତ,  ୩ ମାସ ଜେଲ୍

ମୁମ୍ବାଇ: ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ ଜଣେ ୪୩ ବର୍ଷୀୟ ବିଏମସି ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ମାସ ଜେଲ ଦଣ୍ଡ ଣୁଣାଇଛନ୍ତି। ଜଣେ ଶିବସେନା ନେତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବାରୁ ତାଙ୍କୁ ଏହି ଦଣ୍ଡାଦେଶ ହୋଇଛି। ମହିଳା ଜଣକ କର୍ପୋରେଟର ଅଛନ୍ତି। ଅଭିଯୁକ୍ତ ବିଏମିସି ଅଧିକାରୀ ଜଣକ ସମ୍ପୃକ୍ତ ମହିଳାଙ୍କୁ ‘ଗୁଡ଼ିଆ’ ସମ୍ବୋଧନ କରିଥିଲେ। ହେଲେ ଉଭୟଙ୍କ ମଧ୍ୟରେ କୌଣସି ବନ୍ଧୁତା ନଥିବା କୋର୍ଟ ଅନୁଧ୍ୟାନ କରିଥିଲେ। ସେହିପରି ମହିଳା ଜଣକ ମଧ୍ୟ ଅଧିକାରୀ ଜଣଙ୍କୁ ଜାଣନ୍ତି ନାହିଁ। ମହିଳା କର୍ପୋରେଟର ଜଣକ ବିବାହିତ ମଧ୍ୟ। ପୁଣି ରାତି ୧୧ଟାରୁ ୧୨ଟା ୩୦ ମଧ୍ୟରେ ମେସେଜ୍‌ ପଠାଯାଇଛି। କୌଣସି ବ୍ୟକ୍ତିଙ୍କୁ କେହ ଡିଷ୍ଟର୍ବିଂ ହେଲା ଭଳି ମେସେଜ୍‌ ପଠାଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ନରସିଂହ ଗୁଡ଼େ। ତାଙ୍କ ବିରୋଧରେ ୫୦୯ ,୬୭, ୬୭ ଏରେ ମାମଲା ରୁଜୁ କରାଯାଇଥିଲା। ସମ୍ପୃକ୍ତ ମହିଳାଙ୍କ ହ୍ୱାସଆପକୁ ଅଭିଯୁକ୍ତ ଜଣକ ଗୋଟିଏ ରାତିରେ ଏକ ଅଜଣା ନମ୍ବରରୁ ୨୦ରୁ ୨୫ଟି ମେସେଜ୍‌ ପଠାଇଥିଲେ।
ସେଥିରେ ଆପଣ ଶୋଇଲେଣିକି ? ଆପଣ ବିବାହ କରିଛନ୍ତି କି ନାହିଁ , ଆପଣ ସ୍ମାର୍ଟ ଦେଖାଯାଉଛନ୍ତି। ଆପଣ ଭାରି ଫେୟାର। ମୁଁ ଆପଣଙ୍କୁ ଳାଇକ କରେ। ମୋର ବୟସ ୪୦। ମୁଁ ଆପଣଙ୍କୁ ଆସନ୍ତାକାଲି ଭେଟିବାକୁ ଚାହେଁ। କିଛି ଏମିତି ମେସେଜ ମହିଳାଙ୍କ ହ୍ୱାଟସ୍‌ଆପକୁ ଆସିଥିଲା। ସେହିପରି ଅଜଣା ନମ୍ବରରୁ କିଛି ଅଶ୍ଲୀଳ ଫଟୋ ମଧ୍ୟ ସେ ପଠାଇଥିଲେ। ଏ ସମ୍ପର୍କରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ମହିଳା ଜଣକ ତରଙ୍କୁ ସରି କହି ରାତି ଅଧରେ ମୁଁ ଆପଣଙ୍କ କଲ ରିସିଭ କରିପାରୁ ନାହିଁ ବୋଲି ଉତ୍ତର ଦେଇଥିଲେ। ଏହା ପରେ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ। ପରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଚାର୍ଜସିଟି ଫାଇଲ କରଥିଲା।
କିନ୍ତୁ ଅଭିଯୁକ୍ତ କୋର୍ଟ ନିର୍ଦ୍ଦୋଶ ଓ ସରଳ ବୋଲି କହଥିଲେ। ମହିଳା ଜଣକ କର୍ପୋରେଟର ଥିବା ବେଳେ ତାଙ୍କ ସ୍ୱାମୀ ହେଉଛନ୍ତି ପୂର୍ବତନ କର୍ପୋରେଟର। କୋର୍ଟ କହିଛନ୍ତି ଯେ, ଯେତେବେଳେ ଜଣେ ହିମଳା ଆପଣଙ୍କୁ ଚିହ୍ନି ନାହାନ୍ତ ଆପତ୍ତିଜନକ ମେସେଜ ପଠାଇବା ଏକ ଅପରାଧ। ଏଥିରେ ମହିଳାଙ୍କୁ ଆତ୍ସମ୍ମାନ କ୍ଷୁର୍ଣ୍ଣ ହେବ।

nis-ad
Leave A Reply

Your email address will not be published.