ପିପିଲି ଭାର୍ଗବୀ ନଦୀରେ ଏକାଧୀକ ଘଳିଆ

ପିପିଲି: ଭାର୍ଗବୀ ନଦୀ ନୂଆଶାସନରେ ସୃଷ୍ଟି ହେଲା ଘଳିଆ । ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଳିଆ ବନ୍ଦ କରିବାକୁ ଚେଷ୍ଟା କରୁଛି । ତେବେ ନଦୀ ବନ୍ଧର ପଶ୍ଚିମ ପାର୍ଶ୍ଵ ଘଳିଆ ଆୟତ୍ତ ହେଉନଥିବାରୁ ଚିନ୍ତାରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ।

ବାଲି ବସ୍ତା ବଲ୍ଲା ଦେଇ ଘଳିଆ କୁ ଆୟତ୍ତ କରିବା ନେଇ ଲଗାତାର ଉଦ୍ୟମ ଚାଲିଥିବାବେଳେ ନୂଆଶାସନ ପଂଚାୟତର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଭାର୍ଗବୀ ନଦୀରେ ବନ୍ୟା ଯୋଗୁ ନିମାପଡ଼ାର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ। ବ୍ଲକର ବଡ଼ମାଛପୁର, ସଗଡ଼ା, ଧନୁଆ, ରେଞ୍ଚ, ଆଦି ପଂଚୟତର ୫୦ରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ଏହା ସହିତ ହେକ୍ଟର ହେକ୍ଟର ଚାଷଜମିରେ ବନ୍ୟାଜଳ ପଶିଛି। ନିମାପଡା ଭୁବନେଶ୍ୱର ମୁଖ୍ୟ ରାସ୍ତା, ଗରପଦା ଓ ବଳଙ୍ଗା ନିମାପଡା ମୁଖ୍ୟ ରାସ୍ତାରେ ଦୁଇ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନିମାପଡା ଧନୁଆ ଛକରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମାନସ ଖଣ୍ଡୁଆଳ।

nis-ad
Leave A Reply

Your email address will not be published.