ପାରୋଲରେ ଆସି ଅପରାଧ ଘଟାଉଥିବା ହାର୍ଡକୋର କ୍ରିମିନାଲ ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସକୁ ସଫଳତା। ବନ୍ଧା ହେଲା ହାର୍ଡକୋର । ଭୁବନେଶ୍ୱରରେ କିଛି ମାସ ତଳେ ସିରିଜ ଚୋରି ଘଟଣାରେ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାଁ ପ୍ରକାଶ ନାୟକ ।ସାମନ୍ତରାପୁର, ଯାଆଁଳା, ସୌଭାଗ୍ୟନଗର ଜୁଏଲାରୀ ଦୋକାନ ଲୁଟ ଘଟଣାରେ ଏହି ଅଭିଯୁକ୍ତ ସାମିଲ ଥିଲେ । ପ୍ରକାଶ, ରବି ରାଓ ଗ୍ୟାଙ୍ଗର ସଦସ୍ୟ ।

ପାରୋଲରେ ଆସି ଅପରାଧ ଘଟାଉଥିଲା। ତାଠାରୁ ୪ ଟା ପିସ୍ତଲ , ୫ ରାଉଣ୍ଡ ଗୁଳି , ୪ଟି ସୁନା ମୁଦି ଜବତ କରାଯାଇଛି । ଅଭିଯୁକ୍ତ ବିରୋଧରେ ୨୨ଟି ରହିଛି । ଖଣ୍ଡଗିରିରେ ଯେବେ ପେଶାଦାର ଅପରାଧୀ ଚକାରାକୁ ଏନକାଉଁଟର ହୋଇଥିଲା ଏ ଅଭିଯୁକ୍ତ ଜଣଙ୍କ ସେଠାରେ ଉପସ୍ଥିତ ଥିଲା । ବଡ଼ ଧରଣର ଡକାୟତି ଯୋଜନା କରିଥିଲା। କିନ୍ତୁ ପୋଲିସର ଏନକାଉଣ୍ଟର ପରେ ସେ ସେଠାରୁ ଖସି ଅନ୍ୟ ସ୍ଥାନରେ ଲୁଚି ରହିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

nis-ad
Leave A Reply

Your email address will not be published.