ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ପିକ୍ ଫ୍ଲୋ: SRC

ଭୁବନେଶ୍ବର: ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବର୍ତ୍ତମାନ ପିକ ଫ୍ଲୋ ଚାଲିଛି । ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ । ରାତି ୩ ଘଣ୍ଟା ଯାଏ ଏହି ଫ୍ଲୋ ରହିବା ନେଇ ଆଶା କରାଯାଉଛି । ସେହିଭଳି ଏହା ଡେଲଟାରେ ପହଞ୍ଚିବା ବେଳକୁ ରାତି ୧୨ଟାରୁ ୧ଟା ପରେ କେନ୍ଦ୍ରାପଡା, ଜଗତସିଂହପୁର ପୁରୀ ଜିଲ୍ଲାରେ ପିକ୍ ଫ୍ଲୋ ରହିବ ।

ଆସନ୍ତାକାଲି ସନ୍ଧ୍ୟା ଯାଏ ଏହି ପିକ ଫ୍ଲୋ ଜାରି ରହିବ । ୪୯ ଟି ବ୍ଲକର ୧୩୬୬ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୨୩୭ଟି ଗାଁ ଏବେ ମଧ୍ୟ ଜଳ ଘେରରେ ରହିଛନ୍ତି । ମହାନଦୀ ଶଯ୍ୟାରେ ୨ଟି ସ୍ଥାନରେ ଘାଇ ହୋଇଛି । ଗୋଟିଏ ଘାଇ ପୁରୀ ଜିଲ୍ଲାର ମକରା ନଦୀ ଓ ଅନ୍ୟଟି ରାଜୁଆ ନଦୀରେ ସୃଷ୍ଟି ହୋଇଛି । ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

nis-ad
Leave A Reply

Your email address will not be published.