ଶ୍ରୀନଗର ଏନକାଉଣ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ନୌହଟ୍ଟା ଅଞ୍ଚଳର ରେଡପୋରା ପାର୍କ ନିକଟରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ଗୁରୁତର ଆହତ ହୋଇଥିବା ଯବାନ ସରଫରାଜ ସୋମବାର ଦିନ ସହିଦ ହୋଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସରଫରାଜଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ।

ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଜୋରି ଏବଂ ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ରାମବାନର ବାଟୋତ ନିବାସୀ ଯବାନ ସରଫରାଜ ଅହମ୍ମଦ ଆହତ ହୋଇଥିଲେ ।

ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପୋଲିସ କହିଛି ଯେ, ବାଇକରେ ଥିବା ଆତଙ୍କବାଦୀମାନେ ନୋହଟ୍ଟା ଅଞ୍ଚଳର ରେଡପୋରା ପାର୍କ ନିକଟରେ ଏକ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଏହି ସମୟରେ ଜବାବ ଦେବାକୁ ଯାଇ ଯବାନମାନେ ମଧ୍ୟ ଗୁଳିମାଡ଼ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ଘଞ୍ଚ ବସ୍ତିରେ କୁଆଡେଁ ପଳାଇ ଯାଇଥିଲେ । ପୋଲିସ କହିଛି ଯେ, ଘଟଣାସ୍ଥଳରୁ ଏକ ମୋଟରସାଇକେଲ ଏବଂ ଏବେ-୪୭ ଉଦ୍ଧାର କରାଯାଇଥିଲା ।

ରାଜୋରିର ବୁଦ୍ଧଲର ତାରଗାଇ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେନା ଏବଂ ପୋଲିସର ମିଳିତ ଅପରେସନ୍ ବେଳେ ଆତଙ୍କବାଦୀମାନେ ରବିବାର ରାତି ପ୍ରାୟ ୮ ଟା ସମୟରେ ସୁଜନର ଜଙ୍ଗଲ ଅଞ୍ଚଳରେ ଗୁଳି ଚଳାଇଥିଲେ । ପ୍ରବଳ ଗୁଳି ବିନିମୟରେ ସୁରକ୍ଷା ବାହିନୀ ମଧ୍ୟ ପ୍ରତିଶୋଧ ନେଇଛି ।

nis-ad
Leave A Reply

Your email address will not be published.