୨୦୧୬ରେ ଲାଲକିଲ୍ଲାରୁ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଦୀର୍ଘ ୯୬ ମିନିଟର ଭାଷଣ ଦେଇଛନ୍ତି

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ୭୬ତମ ସ୍ବାଧିନତା ଦିବସ ପାଳନ କରିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀର ଲାଲକିଲ୍ଲାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପତାକା ଉତ୍ତୋଳନ କରିବା ସହିତ ଦେଶକୁ ସମ୍ବୋଧନ କରିବେ। ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଉପଲବ୍ଧିକୁ ହାଇଲାଇଟ କରିବା ସହିତ କିଛି ନୂଆ ଯୋଜନାଗୁଡିକର ଘୋଷଣା କରିବାର ମଧ୍ୟ ସମ୍ଭାବନା ରହିଛି। ଅତଏବ ପ୍ରଧାନମନ୍ତ୍ରୀଙ୍କର ଆସନ୍ତାକାଲିର ଅଭିଭାଷଣ ଉପରେ ଦେଶ ତଥା ବିଶ୍ବର ନଜର ରହିବ।
ଲାଲକିଲ୍ଲାରେ ସ୍ବାଧିନତା ଦିବସ କାର୍ଯ୍ୟକ୍ରମର ମୂକସାକ୍ଷୀ ହେବା ପାଇଁ ଆସନ୍ତାକାଲି ମଇଦାନରେ ସାତ ହଜାର ଅତିଥି ଉପସ୍ଥିତ ରହିବେ। କଡା ସୁରକ୍ଷା ବନ୍ଦୋବସ୍ତ ସହିତ ଲାଲକିଲ୍ଲାର ଆଖପାଖରେ ୨୫ ହଜାର ପୋଲିସକର୍ମୀ ମୁତୟନ ‌ରହିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ରହୁଥିବାରୁ ସ୍ପେଶାଲ ପ୍ରୋଟେକସନ ଗ୍ରପ (ଏସପିଜି) ଆଭ୍ୟନ୍ତରୀଣସୁରକ୍ଷାର ଦାୟିତ୍ବ ସମ୍ଭାଳିବେ।
ଆସନ୍ତାକାଲି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉପରେ ସମସ୍ତଙ୍କ ନଜର ରହିବା ସ୍ବାଭବିକ। ପ୍ରଧାନମନ୍ତ୍ରୀ ଲଗାତାର ନବମ ଥର ପାଇଁ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ରୂପେ ତାଙ୍କର ଭାଷଣ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଲଗାତାର ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସ‌ମ୍ବୋଧନ କରିସାରିଛନ୍ତି। ୨୦୧୬ରେ ସେ ସବୁଠାର ଅଧିକ ୯୬ ମିନିଟର ଭାଷଣ ଦେଇଥିଲେ। ୨୦୧୯ରେ ତାଙ୍କର ଭାଷଣ ୯୩ ମିନିଟର ଥିଲା। ସେହିଭଳି ଗତବର୍ଷ(୨୦୨୧) ତାଙ୍କର ଅଭିଭାଷଣ ୯୦ ମିନିଟ୍ ର ରହିଥିଲା। ୨୦୧୫ରେ ୮୮ ମିନିଟ,୨୦୨୦ରେ ୮୬ ମିନିଟ,୨୦୧୮ରେ ୮୩ ମିନିଟ, ୨୦୧୪ରେ ୬୫ ମିନିଟ ଏବଂ ୨୦୧୭ରେ ୫୬ ମିନିଟର ଭାଷଣ ରହିଥିଲା।

nis-ad
Leave A Reply

Your email address will not be published.