ହସପିଟାଲରେ ଭର୍ତ୍ତି ହେଲେ ଗିରଫ ଟିଏମସି ନେତା

କୋଲକାତା: ବେଆଇନ ଗୋରୁ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଟିଏମସିର ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋଲକାତା ଆଲିପୋରର ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନୁବ୍ରତ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ। ଏହା ପରେ ମଣ୍ଡଳଙ୍କୁ କୋଲକାତାର ସିବିଆଇ ମୁଖ୍ୟାଳୟକୁ ଅଣାଯାଇଥିଲା। ଗୋରୁ ଚୋରା ଚାଲାଣ ଘଟଣାରେ ଶନିବାର ତାଙ୍କୁ ସିବିଆଇ ପଚରାଉଚରା କରିଥିଲା। ସେହିପରି ତାଙ୍କ ଆୟର ଉତ୍ସ ବିଷୟରେ ମଧ୍ୟ ପଚରାଯାଇଥିଲା। ତେବେ ମଣ୍ଡଳ ସିବିଆଇକୁ ତଦନ୍ତରେ ସହଯୋଗ କରୁନଥିବା ସୂଚନା ମିଳିଛି। ଅନୁବ୍ରତ ମଣ୍ଡଳଙ୍କୁ ଆସାନସୋଲ କୋର୍ଟ ଅଗଷ୍ଟ ୨୦ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଇଛନ୍ତି। ଗୁରୁବାର ପୂର୍ବାହ୍ନରେ ସିବିଆଇ ବୀରଭୂମ ଜିଲ୍ଲାର ତାଙ୍କୁ ନିଜ ବୋଲପୁର ବାସଭବନକୁ ନେଇ ଜେରା କରଥିଲା।
ପ୍ରାୟ ୩୦ଟି କାର ଏସକଟ ସହ ସିବିଆଇ ବୀରଭୂମରେ ପହଞ୍ଚିଥିଲା। ସିବିଆଇ ତାଙ୍କୁ ତାଲା ପକାଇ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। ଗିରଫ ପୂର୍ବରୁ ସିବିଆଇ ତାଙ୍କୁ ୧୦ଥର ସମନ କରିଥିଲା। କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସେ ହାଜର ହୋଇନଥିଲେ। ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା।

ଭାରତ-ବାଙ୍ଗଲାଦେଶ ସୀମା ଦେଇ ଗୋ ଚାଲାଣ କରୁଥିବା ସୂଚନା ମିଳିବା ପରେ ସିବିଆଇ ୨୦୨୦ରେ ବିଏସଏଫ କମାଡେଂଟ ସତୀଶ କୁମାରଙ୍କ ସହିତ ବହୁତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏମାନଙ୍କୁ ଜେରା ସମୟରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିିଥିଲା ।

nis-ad
Leave A Reply

Your email address will not be published.