ବନ୍ୟା ଜଳରେ ବୁଡିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ପାହାଚ

କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ଏ ପର୍ଯ୍ୟନ୍ତ ଚଳିତ ବର୍ଷର ବନ୍ୟା ଜଳ ମନ୍ଦିର ମଧ୍ୟକୁ ପ୍ରବେଶ କରିନାହିଁ । ହୀରାକୁଦ ଡ଼୍ୟାମରୁ ଛଡା ଯାଇଥିବା ପ୍ରଥମ ପାଞ୍ଚୋଟି ଗେଟର ପାଣି ଆଜି ସକାଳେ ଅତିକ୍ରମ କରି ଯାଇଛି । ଯାହାଫଳରେ ଏହି ପାଣି ମା’ଙ୍କ ସମସ୍ତ ପାହାଚକୁ ବୁଡାଇ ଥିବା ବେଳେ ଏବେ ସୁଦ୍ଧା ବେଢ଼ା ଉପରକୁ ପାଣି ଉଠିନାହିଁ ।

ମନ୍ଦିରର ମୁଖ୍ୟ ପୂଜାରୀଙ୍କ କହିବା ମୁତାବକ ଯଦିଓ ଆଜି ହୀରାକୁଦର ୨୦ ଗେଟ୍ ପାଣି ରାତି ସୁଦ୍ଧା ଆସିବାର ଅଛି ଏହା ସହିତ ଆଜିଠାରୁ ପୁଣି ଆଉ ଏକ ଲଘୁଚାପ ବର୍ଷା ହେବାର ସତର୍କ କରାଯାଇଛି । ତେଣୁ ରାତି ସୁଦ୍ଧା ପାଣି ବଢିବାର ଆଶଙ୍କା କରାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥିତି ଭଲ ରହିଛି ।

nis-ad
Leave A Reply

Your email address will not be published.