ଅନ୍ତର୍ଜାତୀୟ ହସ୍ତୀ ଦିବସ

ଭଞ୍ଜନଗର : ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ହାତୀ ଦିବସ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ, ଶିକ୍ଷକ ନେତା ତଥା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା ଓ ଅବୈତନିକ ପ୍ରାଣୀସୁରକ୍ଷା ଅଧିକାରୀ ତଥା ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ, ସମାଜସେବୀ ଶୂଳପାଣି ଶତପଥି ଯୋଗଦେଇ ପ୍ରାଣୀଜଗତ ସହ ହାତୀର ସମ୍ପର୍କ, ପଶୁ ପକ୍ଷୀ ସନ୍ତୁଳନ, ହାତୀ ଉପରେ ଲୋକଙ୍କ ଭାବନା ସହ କିଛି ପୌରାଣିକ ତଥ୍ୟ ଦେଇ ବକ୍ତବ୍ୟ ରଖିଥିଲେ l ଏହିଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ରୁ ଟପର ହୋଇଥିବା ଦୁଇ ଜଣ ହୃଷିକେଶ ମହାରଣା ଓ ଶୁଭଶ୍ରୀ ବିଷୋୟୀ ଙ୍କୁ ଅତିଥି ମାନେ ଉପହାର, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏଥିରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ରାଜଶ୍ରୀ ପଟ୍ଟନାୟକ, ଗୀତାଞ୍ଜଳି ମଲ୍ଲିକ, ପୁଷ୍ପାଞ୍ଜଳି ସ୍ୱାଇଁ, ରାଜଲକ୍ଷ୍ମୀ ସାହୁ, ମନୋରଞ୍ଜନ ପଣ୍ଡା, ଗଣେଶ ପଣ୍ଡା, ସlଜନ ସ୍ୱାଇଁ, ଶରତ ଚନ୍ଦ୍ର ବେହେରା, ବାଳକୃଷ୍ଣ ପାତ୍ର, ନିର୍ମଳ ସ୍ୱାଇଁ, ବାହାନ ପାତ୍ର ସହଯୋଗ କରିଥିଲେ l କାର୍ଯ୍ୟକ୍ରମ କୁ ବନବିଭାଗ ତରଫରୁ ଆର.କିରଣ ଶୋଭା, ମନୋଜ କୁମାର ସ୍ୱାଇଁ ପରିଚାଳନା କରିଥିଲେ l ଓଁ ଶାନ୍ତି ତରଫରୁ ଛାତ୍ର, ଛାତ୍ରୀ ଓ଼ କର୍ମଚାରୀ ମାନଙ୍କୁ ରାଖୀ ବନ୍ଧନ ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା l ଶେଷରେ ଶୂଳପାଣି ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.