୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମମତା !

କୋଲକାତା: ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ନୀତୀଶ କୁମାର ନଥିବା କହିବା ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ। କେନ୍ଦ୍ରରେ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ମମତା। ୨୦୨୪ ପାଇଁ ମମତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ବିରୋଧୀଙ୍କ ସହ ଆଲୋଚନା କରାଯିବ ବୋଲି ଟିଏମସି ଏମପି ସୁଗତା ରୟ କହିଛନ୍ତି।
ସେ କହିଛନ୍ତି, ବିରୋଧୀଙ୍କ ପକ୍ଷରୁ ମିଳିତ ଭାବେ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯିବ। ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ବିରୋଧୀଙ୍କୁ ଏକାଠି କରିବା ପାଇଁ ଟିଏମସି କର୍ମୀମାନେ କାର୍ଯ୍ୟ କାରିବେ। ମିଳିତ ବିରୋଧୀଙ୍କ ପକ୍ଷରୁ ମମତା ନେତୃତ୍ୱ ନେବେ। ପଶ୍ଚିବଙ୍ଗଭଳି ଏକ ବଡ଼ ରାଜ୍ୟରୁ ମମତା ପ୍ରତିନିଧିତ୍ୱ କରିବେ। ସେହିପରି ସାରା ଦେଶରେ ମମତାଙ୍କ ଲୋକପ୍ରିୟତା ରହିଛି।
ଆମେ ଜଣେ ସାଧାରଣ ଚେହେରାକୁ ଦେଖିବାକୁ ଚାହୁଁଛୁ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ମମତା ବେଶ୍‌ ଯୋଗ୍ୟ। ତେଣୁ ଏ ବିଷୟରେ ଆମେ ଅନ୍ୟ ଦଳ ସହ ଆଲୋଚନା କରିବାକୁ ବୋଲି ସୁଗତା ରୟ କହିଛନ୍ତି।
ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଗିରଫଦାରୀ ଉପରେ ସୁଗତା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଠିକ ସମୟରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ ସିବିଆଇ ସମନକୁ ଏଡ଼ାଇ ଥିବାରୁ ତାଙ୍କୁ ଗିରଫ କରାଯାଇଛି। ମାମଲା ଏବେ କୋର୍ଟରେ ଅଛି। ତାଙ୍କ ନାମରେ ଚାର୍ଜସିଟ ଫାଇଲ ହେଉ। ସିବିଆଇ ଏବଂ ଇଡିକୁ ଦଳୀୟ ସ୍ୱାର୍ଥରେ ବ୍ୟବହାର କରାଯାଉଥିବା ସେ କହିଛନ୍ତି।
ବିଜେପିର ହାତ ଛାଡ଼ି ଆରଜେଡି ସହ ମେଣ୍ଟ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବୟାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଥିବାରୁ ବିଜେପି ସହ ମେଣ୍ଟ ଭାଙ୍ଗିଥିବା ଚର୍ଚ୍ଚା ହେଉଥିବା ବେଳେ ଏଥିରେ ଆଜି ପୁଣିଥରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନୀତୀଶ କୁମାର। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଭାବନା ତାଙ୍କ ମୁଣ୍ଡରେ ନାହିଁ ବୋଲି ସେ ଆଜି ସ୍ପଷ୍ଟ କରିଛନ୍ତି। କିନ୍ତୁ ବିଜେପି ବିରୋଧରେ ସବୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ସେ କାମ କରିବେ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.