ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଘର ଦେବି-ଗିରିରାଜ

ଭୁବନେଶ୍ୱର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟ ମିତତା ନେଇ କଡା ଶବ୍ଦ କହିଲେ କେନ୍ଦ୍ରମନ୍ତ୍ରୀ । ବ୍ୟାପକ ଅନିୟମିତତା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଓ ପଂଚାୟତିରାଜ ମନ୍ତ୍ରୀ ଅମାତ ଙ୍କ ଉପସ୍ଥିତିରେ କହିଲେ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଆଦୈା ସ୍ୱଚ୍ଛତା ନାହିଁ ।

ବ୍ୟାପକ ଅନିୟମିତତା ହୋଇଛି , ଉପ ଯୁକ୍ତ ହିତାଧିକାରୀ ପାଇ ନାହାନ୍ତି । ବାତ୍ୟା ଫନି ଦ୍ୱାରା କ୍ଷତିଗ୍ରସ୍ତ ୩୭ ପ୍ରତିଶତ ଲୋକଙ୍କୁ ଘର ମିଳିବାରେ ଗଡବଡି ହୋଇଛି । ସ୍ୱଚ୍ଛତା ରହିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ବାକି ଘର ମଂଜୁର ହେବ । କେନ୍ଦ୍ର ସରକାର ଦେଶ ପାଇଁ ପିଏମ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟ ବରାଦ କରିଛନ୍ତି । ସେଥିରୁ ଓଡିଶାର ଭାଗ ୭ ହଜାର କୋଟି । ଏଥିରେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଘର ଆବଣ୍ଟନ କରାଯିବା ନେଇ ଜଣାପଡ଼ିଛି ।କିନ୍ତୁ ରାଜ୍ୟ ପାଇଁ ସର୍ତ୍ତ ରଖିଛନ୍ତି କେନ୍ଦ୍ର ସରକାର । ଘର ଆବଣ୍ଟନରେ ସ୍ବଚ୍ଛତା ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ ସର୍ତ୍ତ ରଖାଯାଇଛି । ଘର ନିର୍ମାଣ ଆରମ୍ଭରୁ କ୍ରିୟାନ୍ବୟନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ଲୋଗ ରହିବ । କେନ୍ଦ୍ର ସରକାରଙ୍କ ସର୍ତ୍ତକୁ ସ୍ବିକାର କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଘର ଆବଣ୍ଟନରେ ଅନୀୟମିତତା କରିଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି ।

nis-ad
Leave A Reply

Your email address will not be published.