ବ୍ୟାସକବି ସାହିତ୍ୟ ସଂସଦ ତରଫରୁ ଅମୃତ ମହୋତ୍ସବ ଓ ବିଶ୍ଵବିଜୟିନୀ ଲୋକାର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆଜି ଅପରାହ୍ନ ୨ ଘଟିକା ସମୟରେ ବ୍ୟାସକବି ସାହିତ୍ୟ ସଂସଦ ତରଫରୁ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଓ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁଙ୍କ କବିତା ସଂକଳନ “ବିଶ୍ବବିଜୟିନୀ” ପୁସ୍ତକ ଲୋକାର୍ପଣ ସହିତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ , ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଦାସ , ସମ୍ମାନିତ ଅତିଥି ଭାବରେ ଏମ୍. ପି. ପ୍ରତିନିଧି ମଦନ ଖସଲା,ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଶିକ୍ଷକ ସରୋଜ କୁମାର ସାମଲ ,କୁଡୁମୁଳୁଗୁମ୍ମା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀ,ଶିକ୍ଷକ ସଙ୍ଗରେ ସଭାପତି ନୀଳକଣ୍ଠ ବେହେରା,ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ପ୍ରଥମେ ଭାରତ ମାତା ଓ ବ୍ୟାସକବି ଫକୀର ମୋହନଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହାପରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସାହିତ୍ୟ ଠାରୁ ଧୀରେ ଧୀରେ ଦୁରେଇ ଯାଉଛନ୍ତି ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ସାହିତ୍ୟ ପ୍ରତି ଶ୍ରଦ୍ଧା ବଢି଼ବା ଓ ନିଜ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଏକନ୍ତ୍ୟ ଆବଶ୍ୟକ ବୋଲି କହିଥିଲେ । ଏହାପରେ କବିତା ପାଠ କରିଥିବା ସମସ୍ତ କବି ଓ କବିୟତ୍ରୀ ଙ୍କୁ ମାନପତ୍ର ବଣ୍ଟନ କରାଯାଇଥିଲା ଓ ସେମିଳିଗୁଡାର କବି ବଂଶୀଧର ମହାରଣାଙ୍କୁ ଅନୁଷ୍ଠାନ ତରଫରୁ ବାଣୀପୁତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶୁଭାଶିଷ କର ଓ ଭଗବାନ ସାହୁ ଶେଷରେ ବ୍ୟାସକବି ସାହିତ୍ୟ ସଂସଦର ସଂଗଠନ ସମ୍ପାଦକ ପ୍ରଦୀପ କୁମାର ସରକାର ସମସ୍ତ ଅତିଥି ଓ କବି କବିୟତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନୁଷ୍ଠାନର ସ୍ଥାୟୀ ସଭାପତି କବି ବିପିନ ବିହାରୀ ବାରିକ, ସମ୍ପାଦିକ ସଙ୍ଗୀତା ବାରିକ୍, ମହିଳା ସମ୍ପାଦିକା ସରସ୍ଵତୀ ବାରିକ୍,ରାଜ୍ଯ ସଂଯୋଜକ ପ୍ରେମାନନ୍ଦ ବେହେରା,ସଂଗଠନ ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ, ଉପ ସଭାପତି କରୁଣାକର ମଲ୍ଲିକ, ଉପଦେଷ୍ଟା ବଲରାମ ପୂଜାରୀ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ।ସବିତା ତ୍ରିପାଠୀ, ପ୍ରିୟମ୍ବଦା ରାଉତ, ସୌଦାମିନୀ ଭୂୟାଁ, କିଶୋର କୁମାର ଖିଲ, ଧନୁର୍ଜୟ ହନ୍ତାଳ, ମଧୁମିତା ଘଡେଇ, ଶାରଦା ପ୍ରସାଦ ସିଂହ, ସୁକୁମାର ବିଶ୍ଵାଳ, ଭିମ ଖିଲ, ପାଗଡ, କଲାଚାନ୍ଦ ନାୟକ, ଅକ୍ଷୟ ସାହୁ, ତପତୀ ରାୟ ଆଦି କବିତା ଆବୃତ୍ତି କରିଥିଲେ।

nis-ad
Leave A Reply

Your email address will not be published.