ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାକଂଗ୍ରେସ କମିଟୀର ପଦଯାତ୍ରା !

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଓଡିଶାରେ ପ୍ରଥମ ଲବଣ ସତ୍ୟାଗ୍ରହ ହୁମ୍ମା ଠାରୁ ଆରମ୍ଭ କରିଥିଲେ । ଏହି ସ୍ମରଣୀୟ ଦିବସକୁ ଲୋକ ଜାଗରଣ ସୃଷ୍ଟ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ ପକ୍ଷରୁ ହୁମ୍ମା ଲବଣଘାଟି ପଡିଆ ଠାରୁ ପଦଯାତ୍ରା ଜିଲ୍ଲା କଂଗ୍ରେସପାର୍ଟି ପକ୍ଷରୁ ଆରମ୍ଭ ହୋଇଥିଲା । ଏହି ପଦଯାତ୍ରା ଛତ୍ରପୁର ଠାରେ ପହଞ୍ଚିବା ପରେ ଛତ୍ରପୁର ଅପର-ବସଷ୍ଟାଣ୍ଡ ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜବୀ ଗାନ୍ଧୀଙ୍କ ପ୍ରତିମୃର୍ତ୍ତୀରେ ଦଳର ନେତା ଓ କର୍ମୀ ମାନେ ପ୍ରଥମେ ପୁଷ୍ପମାଲ୍ୟାର୍ପଣ କରିବାପରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱ ଛତ୍ରପୁର ସହର ପରିକ୍ରମା କରି ସ୍ୱାଧିନତା ର ୭୫ ବର୍ଷ ପୁର୍ତ୍ତି ର ସ୍ୱାଧୀନ ଚିନ୍ତନ ଗଥାଗାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ଲୋକଙ୍କୁ ଜିଏସଟି ଠୁ ଆରମ୍ଭ ବିଭିନ୍ନ ଖଦ୍ୟ ସାମଗ୍ରୀ ଏପରିକି ଚୁଡ଼ା, ଲିଆ,ମୁଡି ଆଦି ଖାଦ୍ୟ ଦ୍ରବ୍ୟ ଉପରେ ମଧ୍ୟ ଜିଏସଟି ଲଦିବା ଗରିବଙ୍କ ପାଇଁ କଷ୍ଟଦାୟକ ଏବଂ ଏହା ଏକ ଅଗନ୍ତାନ୍ତ୍ରିକ ଓ ନିନ୍ଦନୀୟ ବୋଲି ସରକାରଙ୍କୁ ସମାଲୋଚନା କରାଯାଇଛି ।
ବିଭିନ୍ନ ଖାଦ୍ୟସାମଗ୍ରୀରେ ଟିକସ ଲଦି ଦେଇ ଜନତାଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ସରକାରମଙ୍କୁ ନିନ୍ଦା।କରିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ କୁ କ୍ଷମତାରେ ଆଣିବା ନିମନ୍ତେ ଜନସାଧାରଣଙ୍କୁ ସଭାପତି ଶ୍ରୀ ଜେନା ଆହ୍ନାନ କରିଥିଲେ । ଏହି ଅବସରେ ଅପରବସଷ୍ଟାଣ୍ଡ, ମଝି ବଜାର ଓ ଲୋୟର ବସଷ୍ଟାଣ୍ଡ ଠାରେ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ଭାରତୀୟ ଜାତୀୟ କଂଗ୍ରେସ ସେଲ ସାଧାରଣ ସମ୍ପାଦକ, ଓଡିଶା ପ୍ରଭାରୀ , ଗଞ୍ଜାମଜିଲ୍ଲା କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ନକୁଳ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁ ପାଳକ , ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଭାଗିରଥୀ ବେହେରା , ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥୀ , ଗଞ୍ଜାମ ବ୍ଲକ କଂଗ୍ରେସ ସଭାପତି ଗଣେଶ ରେଡ୍ଡୀ, ଆଇନଜିବୀ ବାବୁ ନାହାକ, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.