ମୁଁ ମଦ ପିଏନି ,ମଦ ପିଇବା ଛାଡ଼ି ଦେଇଛି; ଗାଡ଼ି ମଡ଼ାଇବା ଘଟଣାରେ ଅନୁତପ୍ତ ନୁହେଁ: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଆଜି ଜାମିନ୍ ପାଇ ଜେଲ୍ ରୁ ମୁକୁଳିବା ପରେ ବିଧାୟକ କହିଛନ୍ତି ‘ମୁଁ ଏହି ଘଟଣା ପାଇଁ ଆଦୌ ଅନୁତପ୍ତ ନୁହେଁ , ଏହି ଘଟଣାରେ ମୋର କିଛି ଭୁଲ ନାହିଁ ।

ବାଣପୁର ବ୍ଲକ୍ ଅଫିସ୍ ପାଖରେ ବିରୋଧି ଦଳର ଲୋକମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ । ମୋତେ ଜୀବନରୁ ମାରି ଦେବା ପାଇଁ ଠେଙ୍ଗାରେ ଆକ୍ରମଣ କରିଥିଲେ ।

ତେଣୁ ପ୍ରବଳ ମାଡ଼ରେ ବ୍ଲାକ୍ ଆଉଟ୍ ହେବାରୁ ଏକ୍ସଲେରେଟରରେ ଗୋଡ଼ ଚାପି ହୋଇଗଲା । ଏପରିକି ଗାଡ଼ିରେ ମଦ ବୋତଲ ଓ ନମ୍ବର ପ୍ଲେଟ୍ ବଦଳାଇବା ଏକ ଷଡ଼ଯନ୍ତ୍ର ଥିଲା । ମୁଁ ମଦ ପିଏନି ,ମଦ ପିଇବା ଛାଡ଼ି ଦେଇଛି ବୋଲି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

nis-ad
Leave A Reply

Your email address will not be published.