କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ ନେଲା ଭାରତୀୟ ସେନା, ୩ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀରର ବଡଗାମ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା। କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାର ପ୍ରତିଶୋଧ ନେଲା ଭାରତୀୟ ସେନା। କଶ୍ମୀରର ଏଡିଜିପି କହିଛନ୍ତି ଯେ ବଡଗାମ ଏନକାଉଣ୍ଟରରେ ଲୁଚି ରହିଥିବା ତିନିଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିପାତ କରିଛି। ନିହତ ଆତଙ୍କବାଦୀମାନେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ହୋଇଥିବା ବେଳେ ୩ଜଣଙ୍କ ମଧ୍ୟରୁ ଜଣେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସାମିଲ ଥିଲା ‌ବୋଲି କୁହାଯାଉଛି। ତେବେ ମୃତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଥିବା ଜଣାପଡ଼ିଛି।
କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାରେ ସାମିଲ ଥିବା ଲତିଫ ରାଥରକୁ ସେନା ନିହତ କରିଥିବାରୁ ଏହା ଭାରତୀୟ ସେନା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଦୀର୍ଘ ଦିନ ଧରି ସୁରକ୍ଷା ବାହିନୀ ଲତିଫର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ସେ ଜମ୍ମୁ-କଶ୍ମୀରରେ ଅନେକ ନିରୀହଙ୍କୁ ହତ୍ୟା କରିଥିବା ସହ ରାହୁଲ ଭଟ୍ଟଙ୍କୁ ମଧ୍ୟ ହତ୍ୟା କରିଥିଲେ। ତେବେ ବୁଧବାର ସେନା ଲତିଫର ଉପସ୍ଥିତି ନେଇ ଇନପୁଟ୍ ପାଇବା ପରେ ଲତିଫ ଏବଂ ତାଙ୍କ ସହଯୋଗୀମାନଙ୍କ ଉପରେ ରଣନୀତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶେଷରେ ଏହି ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ।

nis-ad
Leave A Reply

Your email address will not be published.