ଜଷ୍ଟିସ ଉଦୟ ଉମେଶ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଉଦୟ ଉମେଶ ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଜି ତାଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଥିବା ଏନଭି ରମନ୍ନାଙ୍କ ଉତ୍ତରାଧିକାରୀ ହେବେ ଉଦୟ ଉମେଶ। ଆସନ୍ତା ଅଗଷ୍ଟ ୨୬ରେ ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେହିପରି ଉଦୟ ଉମେଶ ହେବେ ଦେଶର ୪୯ତମ ପ୍ରଧାନ ବିଚାରପତି। ସେ ଅଗଷ୍ଟ ୨୭ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ। ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର ପଠାଯାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କରିବାକୁ କୁହାଯାଇଥିଲା । ଏହାର ଉତ୍ତରରେ ପ୍ରଧାନ ବିଚାରପତି ଏନଭି ରମନ୍ନା ଜଷ୍ଟିସ ଉଦୟ ଉମେଶଙ୍କ ନାମ ସୁପାରିଶ କରିଥିଲେ।
ଜଷ୍ଟିସ ଉଦୟ ରମେଶ ଲଳିତଙ୍କ କାର୍ଯ୍ୟଦିବସ କେବଳ ୭୪ଦିନ ରହିବ। ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ନେବେ । ଜଷ୍ଟିସ ଲଳିତ ୧୯୫୭ ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୮୩ ଜୁନ୍‌ରେ ସେ ବମ୍ବେ ହାଇକୋର୍ଟରେ ଓକିଲାତି ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ପଳାଇ ଆସିଥିଲେ।

୨୦୦୪ରେ ଲଳିତଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା। ସିବିଆଇ ପକ୍ଷରୁ ଲଳିତ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଛନ୍ତି। ପରେ ସୁପ୍ରିମକୋର୍ଟ ବାର ପକ୍ଷରୁ ତାଙ୍କୁ ବିଚାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୪ ଅଗଷ୍ଟ ୧୩ ତାରିଖରେ ଲଲିତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା।

nis-ad
Leave A Reply

Your email address will not be published.