ଜାତୀୟ ରାଜପଥ ପାଶ୍ୱର୍ରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଛତ୍ରପୁର : ସ୍ଥାନୀୟ ଗ୍ରୀଡ ଛକ ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଛତ୍ରପୁର ପୋଲିସ୍ । ମୃତକ ଜଣକ ହେଲେ ସ୍ଥାନୀୟ ଚର୍ଚ୍ଚ ରୋଡ୍ (ଗଣେଷ ସାହି) ର ଦେବରାଜ ବେହେରା (୫୦) ବୋଲି ଜଣାପଡିଛି । ସେ ଗତକାଲି ରାତିରୁ ସାଇକେଲ ଯୋଗେ ଘର ବାହାରି କୈାଣସି କାମରେ ଯାଇଥିବା ବେଳେ ଆଜି ତାଙ୍କର ମୃତ ଦେହ ରାଜପଥ ପାଶ୍ୱର୍ରେ ପଡିଥିବାର ଦେଖିବାକୁ ମିଳିଥିଲା । ମାତ୍ର ଘଟଣାସ୍ଥଳରେ ସାଇକେଲ ଟି ନଥିଲା । ଏହାସହିତ ଜଣେ ଭିନ୍ନକ୍ଷମ ମଧ୍ୟ ଥିଲେ । ଏହାର ସୂଚନା ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଓ ସାଇଟିଫିକେ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । କୈାଣସି କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେ ନେଇ ତନାଘନା ଆରମ୍ଭ କରିବା ସହିତ ଏକ ମାମଲା ରୁଜୁ କରି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲ କୁ ପଠାଇଥିଲେ । ତେବେ ଦେବାରଜ କୁ ହତ୍ୟା କରାଯାଇଛି କି ସେ ଅତ୍ମହତ୍ୟା କରିଛନ୍ତି । ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସର ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.