ପ୍ରେମରୁ ପ୍ରତାରଣା : ୧୯ ମାସର ଛୁଆକୁ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବ୍ରହ୍ମପୁର : ପ୍ରକୃତ ପ୍ରେମ ଆଜିକାଲି ଵିରଳ, ପ୍ରେମ କହିଲେ ସମ୍ପର୍କର କିଛି ଦିନ ପରେ ଶାରୀରିକ ସମ୍ପର୍କ ଯାହାକି ଆଜିକାଲି ଯୁବ ପିଢ଼ି ସମାଜ କୁ କଳୁଷିତ ଆଡକୁ ଟାଣି ନେଉଛନ୍ତି l ସେ ପୁଅ ହେଉ କିମ୍ବା ଝିଅ ଶାରୀରିକ ସମ୍ପର୍କ ପରେ ପ୍ରେମର ନିଶା କମି ଯାଇଥାଏ ତା ପରେ ଆରମ୍ଭ ହୁଏ ପ୍ରତାରଣା, ଶେଷରେ ପ୍ରେମରେ ଧୋକା ଖାଇବା ପରେ ପ୍ରେମିକ ଦୁଆରେ ଧାରଣା ଦେବା ନିତିଦିନିଆ ଘଟଣା ପାଲଟି ଗଲାଣି । ସମାଜରେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ବି ସୁଧୁରୁ ନାହାନ୍ତି ଯୁବଗୋଷ୍ଠୀ । ଏଭଳି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ରେ ପ୍ରେମରେ ଧୋକା ପରେ ପ୍ରେମିକର ଘର ଆଗରେ ଧାରଣାରେ ବସିଛି ପ୍ରେମିକା। ବ୍ରହ୍ମପୁର ଦେଶୀବେହେରା ସାହିରେ ସ୍ତ୍ରୀର ହକ୍‌ ଦାବି କରି ଦୀର୍ଘ ୬ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରେମିକା । ଖରା, ବର୍ଷାକୁ ଖାତିର ନକରି ଦିନ, ରାତି ଧାରଣାରେ ବସି ରହିଛନ୍ତି ।

ସୂଚନା ମୁତାବକ, ଦେଶୀବେହେରା ସାହିର ଦିନେଶ ଗତ ଦୁଇ ବର୍ଷ ପୂର୍ବରୁ ଦୀପିକାଙ୍କ ସମ୍ପର୍କ ରଖିଥିଲେ, ଦିନେଶ ବିବାହର ପ୍ରତିଶ୍ରୁତି ଦେଇ ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଓ ପରବର୍ତ୍ତୀ ସମୟରେ ଉଭୟ ସମ୍ମତି ରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ । ଯାହାଫଳରେ ପରେ ଦୀପିକା ଗର୍ଭବତୀ ହେବାରୁ ଦିନେଶ ତାଙ୍କ ଠାରୁ ଦୁରେଇ ଗଲେ ପ୍ରେମରେ ପାଗଳ ଥିବା ବେଳେ ଉଭୟ ଦେଇଥିବା ପ୍ରତିଶୃତି କୁ ଭୁଲି ଗଲେ ପ୍ରେମିକା କୁ ଆପଣେଇବା ତ ଦୂରର କଥା ନିଜ ଛୁଆ କୁ ମଧ୍ୟ ଆପଣେଇ ଲେ ନାହିଁ । ଏବେ ଦୀପିକାଙ୍କର ୧୯ ମାସରେ ପୁଅଟେ ଅଛି । ତେବେ ଦୀପିକାଙ୍କ ସହ ବିବାହ ପାଇଁ ଦିନେଶ ରାଜି ନଥିବା ବେଳେ ଅନ୍ୟ ଜାଗାରେ ବିବାହ ପାଇଁ ତାଙ୍କ ପରିବାର ଲୋକେ ପ୍ରଚେଷ୍ଟା କରୁଥିବାର ଅଭିଯୋଗ ଆଣିଛନ୍ତି ପ୍ରେମିକା । ଯାହାକୁ ବିରୋଧ କରି ଦୀପିକା ନ୍ୟାୟ ଆଶାରେ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଦୀପିକାଙ୍କ ଦାବିକୁ ସମର୍ଥନ କରିସହଯୋଗ ର ହାତ ବଢ଼ାଇ ତାଙ୍କ ସହ ଧାରଣାରେ ବସି ରହିଛନ୍ତି ବରିଷ୍ଠ ସମାଜସେବୀ ପ୍ରମିଳା ତ୍ରିପାଠୀ । ଏହାକୁ ନେଇ ସ୍ଥାନୀୟ ପୋଲିସ ର ଦ୍ଵାରସ୍ତ ମଧ୍ୟ ହୋଇଛନ୍ତି ଦୀପିକା, ନିଜର ୧୯ ମାସର ଛୁଆକୁ ନେଇ ଏହି ଲଘୁଚାପ ବର୍ଷା କୁ ଖାତିର ନକରି ଦୀନେଶ ର ଘର ସମ୍ମୁଖରେ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି l ସେ ଅଡିବସିଛନ୍ତି ନ୍ୟାୟ ନମିଳିବା ଯାଏ ସେଠାରେ ଅପେକ୍ଷା କରିବେ ଏହାକୁ ନେଇ କିଛି ସଙ୍ଘଠନ ଆଗକୁ ଆସିଥିବା ଦେଖିବାକୁ ମିଳିଛି |

nis-ad
Leave A Reply

Your email address will not be published.