ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ସାହୁଙ୍କ ପିତା ବଳରାମ ସାହୁ ଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି | ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗ ଦ୍ଵାର କରାଯିବ l ସୂଚନା ଥାଉକି ସ୍ବର୍ଗତ ବଳରାମ ସାହୁ ଭାରତୀୟ ସେନାରେ ଜଣେ ଅବସରପ୍ରାପ୍ତ ସୈନିକ, ସେ ୧୯ ୬୨ ମସିହା ଭରତ ଓ ଚୀନ ଯୁଦ୍ଧରେ ସାମିଲ ଥିଲେ, ତାଙ୍କ ଠାରୁ ଏହି ଯୁଦ୍ଧରେ ହୋଇଥିବା ଅନୁଭୂତି ଶୁଣିବାକୁ ମିଳିଥିଲା l ସ୍ୱର୍ଗତ ବଳରାମ ସାହୁ ବ୍ରହ୍ମପୁର ଫରେଷ୍ଟ କଲୋନୀ ରେ ନିଜ ବାସଭବନ ରେ ନିଜ ପରିବାରଙ୍କ ସହିତ ରହୁଥିଲେ l ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ, ଚାରି ପୁଅ- ବହୁ, ଝିଅ – ଜୋଇଁ, ନାତି, ନାତୁଣୀ ଓ ପରିବାର ଲୋକ ଉପସ୍ଥିତ ଥିଲେ l ବ୍ରହ୍ମପୁର ର ଅନେକ କାର୍ଯ୍ୟରତ ସାମ୍ବାଦିକ ମାନେ ତାଙ୍କ ମୃତ୍ୟୁ ଖବର ଶୁଣି ସ୍ବର୍ଗତ ବଳରାମ ସାହୁଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ କୁ ଯାଇଥିଲେ ଏବଂ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ |

nis-ad
Leave A Reply

Your email address will not be published.