ଦାରିଙ୍ଗବାଡ଼ିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡ଼ି(୮/୮) : କନ୍ଧମାଳ ଜିଲ୍ଲାରେ ନୂତନ କରି ଜିଲ୍ଲାପାଳ ଭାବେ ଆଶିଷ ଇଶ୍ୱର ପାଟିଲ କାର୍ଯ୍ୟଭାର ଗ୍ରହଣ କଲାପରେ ପ୍ରଥମ କରି ଆଜି ଦାରିଙ୍ଗବାଡ଼ିରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ବ୍ଳକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତରୁ ବିଭିନ୍ନ ସମସ୍ୟା ନେଇ ସାମୁହିକ ଓ ବ୍ୟକ୍ତିଗତ ଭାବେ ୬୯ଟି ଅଭିଯୋଗ ଜିଲ୍ଲା ପାଳଙ୍କ ଠାରେ ଉପସ୍ଥାପନ ଥିଲା। ମୋଟ ୬୯ଟି ଅଭିଯୋଗ ମଧ୍ୟରୁ ୨୬ଟି ସାମୁହିକ ଓ ୪୩ ଟି ବ୍ୟକ୍ତିଗତ ଅଭିଯୋଗ ଶୁଣିଥିଲେ। ସାମୁହିକ ଭାବେ ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନୂତନ ଭାବେ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟର ବନ୍ଦ ହୋଇ ଥିବାରୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପୂର୍ଣାଙ୍ଗ କରିବାକୁ, ଗାନ୍ଧାରଗୁଡ଼ି ଗ୍ରାମରେ ବିଦ୍ୟୁତ ସଂଯୋଗୀକରଣ କରିବା, ବିଭିନ୍ନ ଗ୍ରାମରେ ଜିଓ ମୋବାଇ ନେଟୱାର୍କ ସ୍ଥାପନ କରିବା, ରାସ୍ତା ନିର୍ମାଣ କରିବା ଓ ଝିଞ୍ଜିରଗୁଡ଼ା -କାଟିଙ୍ଗା ଆରଡି ରୋଡ଼ର ପୁନର ଉଦ୍ଧାର କରିବା ସହିତ କିରୀକୁଟି, ଭ୍ରମରବାଡ଼ି, ଶ୍ୟାଙ୍ଗବାଲି, ବୁଡାଗୁଡ଼ା ଓ ଦନେକବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ, ଦାରିଙ୍ଗବାଡ଼ି ସମିତି ସଭ୍ୟ କାଳିପ୍ରସାଦ ମଲିକ ଓ ପୂର୍ବତନ ସମିତି ଅଧ୍ୟକ୍ଷା ତଥା ନାରୀନେତ୍ରୀ ବିଳାସିନି ନାୟକ ବିଭିନ୍ନ ସାମୂହିକ ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଦେଇଥିଲେ ।ବ୍ୟକ୍ତିଗତ ଅଭିଯୋଗ ଯାହାକି ଶିକରମାହା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍କଲରସିପି ପାଇବାରୁ ବଞ୍ଚିତ ହେବା, ଇନ୍ଦିରା ଆବାସ ଯୋଗାଇ ଦେବା, ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବା, ବାର୍ଦ୍ଧକ୍ଷ ଭତା , ଜାତୀୟ ମୃତ୍ୟୁ ଆର୍ଥିକ ସହାୟତା, ଜମିପଟା ସଂଶୋଧନ ଏହି ଭଳି ବିଭିନ୍ନ ଅଭିଯୋଗର ଜିଲ୍ଲାପାଳ ଶୁଣାଣି କରି ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶୁଣାଣିରେ ଜିଲ୍ଲାପାଳଙ୍କ ସହ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଡି ଆର ଡି ଏ ପ୍ରକଳ୍ପ ନିର୍ଦେଶକ ବିଶ୍ୱ ରଞ୍ଜନ ନାୟକ, ବାଲିଗୁଡ଼ା ଉପଖଣ୍ଡ ପୋଲିସ ଅଧିକାରୀ ଜି ଆର ରାଘବେନ୍ଦ୍ର ସହ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ, ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର, ତହସିଲଦାର ଚାରଲସ ନାୟକ ଓ ଥାନା ଅଧିକାରୀ କୈସିକ ମାଝୀ, ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କର, ସିଡିପିଓ ଅଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରେ ଜିଲାପାଳ ବ୍ରାହ୍ମଣୀଗାଁରେ ପହଞ୍ଚି ଝିଞ୍ଜିରିଗୁଡା ଓ ବ୍ରାହ୍ମଣୀଗାଁର ସ୍ମାର୍ଟ ସ୍କୁଲ ପରିଦର୍ଶନ କରି ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସଭାଗୃହରେ ଚାଲିଥିବା ଜୈବିକ କୃଷି ତାଲିମ କାର୍ଯ୍ୟକ୍ରମରେ କିଛି ସମୟ ପାଇଁ ଯୋଗ ଦେଇ ତାଲିମରେ କଣ ଶିଖି ପାରିଛନ୍ତି ପଚାରି ବୁଝିଥିଲେ। ଏହା ସହିତ ବ୍ରାହ୍ମଣୀଗାଁ ଗ୍ରାମ ପଂଚାୟତ ପରିସରକୁ ସଫା ସୁତରା ରଖିବାକୁ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁର କିଛି ସ୍ବେଚ୍ଛା ସେବୀ ନେଟୱାର୍କ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଥିଲେ। ମୁଁ ସମସ୍ୟା ସମ୍ପର୍କରେ ଅବଗତ ଅଛି, ଅତିଶୀଘ୍ର ଜିଓ ନେଟ ୱାର୍କର ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଦାରିଙ୍ଗବାଡ଼ି ଫେରି ଯାଇଥିଲେ।

nis-ad
Leave A Reply

Your email address will not be published.