ଆତଙ୍କବାଦୀ ଆକ୍ରମଣରେ ଥରିଲା କାବୁଲ, ୮ ମୃତ, ୧୮ଜଣ ଗୁରୁତର ଆହତ

ଆଫଗାନିସ୍ତାନ :ଆଫଗାନିସ୍ତାନ ପଶ୍ଚିମ କାବୁଲ ଅନ୍ତର୍ଗତ ଆବିସିକା ଏକ ଗାଁଗହଳି ସ୍ଥାନରେ ଏକ ବିସ୍ପୋରକ ଘଟିଯାଇଛି | ଏହି ବିସ୍ପୋରକରେ ୮ଜଣ ବ୍ୟକ୍ତିଙ୍କର ମୃତୁ ହୋଇଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି | ଏହି ବିସ୍ପୋରକ ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍‌ କରି କରାଯାଇଥିଲା |ସେହିପରି ଉକ୍ତ ବିସ୍ଫୋରଣ ନିମନ୍ତେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ନିଜକୁ ଦାୟୀ କରିଛି।

ସ୍ଥାନୀୟ ଆଫଗାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନମାଜ ପାଠ ପାଇଁ ମସ୍‌ଜିଦ୍‌ ସମ୍ମୁଖରେ ଏକତ୍ର ହୋଇଥିବା ଦଳେ ମହିଳା ଓ ପିଲାଙ୍କୁ ‘ଆଇଏସ୍‌’ ଟାର୍ଗେଟ୍‌ କରିଥିଲା। ବିସ୍ଫୋରକ ଏକ ଠେଲା ଗାଡିରେ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।ଜନଗହଳି ସ୍ଥାନରେ ବିସ୍ଫୋରଣ ଘଟିଛି ବୋଲି ପୁଲିସ ମୁଖପାତ୍ର ଖଲିଦ୍‌ ଜର୍ଦାନ୍‌ କହିଛନ୍ତି।ସେହିପରି ଆହୁରି ଅନେକଙ୍କୁ ଉଦ୍ଧାର କରାଯାଉଛି |

nis-ad
Leave A Reply

Your email address will not be published.