ଭାରତର ତେଜସ୍ ବିମାନ ପ୍ରତି ଆମେରିକାର ଆଗ୍ରହ

ନୂଆଦିଲ୍ଲୀ : ଭାରତରେ ନିର୍ମିତ ଲଢୁଆ ବିମାନ ତେଜସ୍ ବା ଏଲସିଏର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଭାରତର ତେଜସ ବିମାନ ପ୍ରତି ଆଗ୍ରହ ଦେଖାଇଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ମାଲେସିଆକୁ ୧୮ଟି ଏଲସିଏ ତାଲିମ ବିମାନ ପ୍ରଦାନ କରିବାକୁ ଭାରତ ପ୍ରସ୍ତାବ ଦେଇଛି । ଗତ ଫେବ୍ରିଆରି ୨୦୧୯ରେ ମାଲେସିଆ ସରକାର ଏଥିପାଇଁ ରିକ୍ବେଷ୍ଟ ଫର ଇନଫର୍ମେସନ ଆହ୍ବାନ କରିଥିଲେ । ଏହାର ଜବାବରେ ଭାରତର ହାଲ୍ ନିଜର ପ୍ରସ୍ତାବ ଦାଖଲ କରିଥିଲା । ଏହାପରେ ଗତ ବର୍ଷ ମାଲେସିଆର ବାୟୁସେନା ପକ୍ଷରୁ ଜାରି ରିକ୍ବେଷ୍ଟ ଫର ପ୍ରପୋଜାଲର ଜବାବରେ ହାଲ ନିଜର ବିଡ୍ ଦାଖଲ କରିଛି ।
ଆମେରିକା ଛଡ଼ା ଆର୍ଜେଣ୍ଟିନା, ଇଜିପ୍ଟ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ଫିଲିପାଇନ୍ସ ମଧ୍ୟ ଏଲସିଏ ବିମାନ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି । ଏଲସିଏ ତାଲିମ ବିମାନ ( ଫାଇଟର ଲିଡ ଇନ ଟ୍ରେନର-ଏଲସିଏ) ଟି ବିଶ୍ବରେ ଏକ ଉତ୍କୃଷ୍ଟ ତାଲିମ ବିମାନ ଭାବେ ଗଣାଯାଉଛି ।
ଗତ ବର୍ଷ ଭାରତର ବାୟୁସେନା ୮୩ଟି ଏଲସିଏ ଖରିଦ କରିବାକୁ ହାଲକୁ ଅର୍ଡର ଦେଇଥିଲା । ପ୍ରାୟ ୪୮ ହଜାର କୋଟି ଟଙ୍କା ବିନିମୟରେ ଏହି ଅର୍ଡର ଦିଆଯାଇଛି ।

nis-ad
Leave A Reply

Your email address will not be published.