ଜଷ୍ଟିସ ଉଦୟ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି!

ନୂଆଦିଲ୍ଲୀ:ଜଷ୍ଟିସ୍ ଉଦୟ ଉମେଶ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌‌ଭି ରମନ୍ନା ଜଷ୍ଟିସ ଲଳିତଙ୍କ ନାଁ ସୁପାରିଶ କରିଛନ୍ତି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ସରକାରୀ ଚିଠି ପାଇବା ପରେ ବର୍ତ୍ତମାନ ପ୍ରଧାନ ବିଚାରପତି ରାମନ୍ନା ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଲଳିତଙ୍କ ନାମ ସୁପାରିଶ କରିଛନ୍ତି।
ଜଷ୍ଟିସ ଏନ୍‌ଭି ରମନ୍ନା ଗତବର୍ଷ ଏପ୍ରିଲ ୨୪ ତାରିଖରେ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ତାଙ୍କ ପୂର୍ବ ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ସ୍ଥାନ ନେଇଥିଲେ। ଜଷ୍ଟିସ ଏନ୍‌ଭି ରମନ୍ନା ୧୬ ମାସ ପରେ ୨୬ ଅଗଷ୍ଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ୱରୁ ଅବସର ନେବାକୁ ଯାଉଛନ୍ତି।
ଜଷ୍ଟିସ୍ ଲଲିତ ଅଗଷ୍ଟ ୨୭ରେ ଦେଶର ୪୯ତମ ସିଜଆଇ ଭାବରେ ଶପଥ ଗ୍ରହଣ କରିବେ। କହିରଖୁ କି ଜଷ୍ଟିସ ଲଳିତ ମୁସଲମାନ ସଂପ୍ରଦାୟର ତିନ୍ ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ଥିଲେ। ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ଲଳିତଙ୍କୁ ୨୦୧୪ ଅଗଷ୍ଟ ୧୩ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।
ସିଜେଇ ଭାବରେ ଜଷ୍ଟିସ ଲଳିତଙ୍କ କାର୍ଯ୍ୟକାଳ ମାତ୍ର ୭୪ଦିନ ହେବ। ସିଜେଇଆଇ ଭାବରେ ଜଷ୍ଟିସ୍ ଚନ୍ଦ୍ରଚୁଡ, ଜଷ୍ଟିସ୍ କୌଲ୍, ଜଷ୍ଟିସ୍ ନାଜିର ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ କଲେଜିୟମର ନେତୃତ୍ୱ ନେବେ ଜଷ୍ଟିସ୍ ଲଲିତ। ସେପ୍ଟେମ୍ବର ୨୩ରେ ଜଷ୍ଟିସ ବାନାର୍ଜୀଙ୍କ ଅବସର ନେବା ପରେ ଜଷ୍ଟିସ କେଏମ ଜୋସେଫ କଲେଜିୟମରେ ପ୍ରବେଶ କରିବେ। ଜଷ୍ଟିସ ଲଲିତ ନଭେମ୍ବର ୮ରେ ସିଜେଇ ପଦରୁ ଅବସର ନେବେ। ଏହା ପରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ୫୦ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯିବ।
ଜଷ୍ଟିସ୍ ରାମନ୍ନା ଆଜି ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍ ୟୁୟୁ ଲଲିତଙ୍କ ନାଁକୁ ପରବର୍ତ୍ତୀ ସିଜେଇଆଇ ଭାବରେ ସୁପାରିଶ ପାଇଁ ପଠାଇଛନ୍ତି। ଜଷ୍ଟିସ ଲଲିତ ଦେଶର ୪୯ମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପରମ୍ପରା ମୁତାବକ ଅବସର ନେବାକୁ ଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆଗାମୀ ପ୍ରଧାନ ବିଚାରପତିଙ୍କ ନାଁ ସୁପାରିଶ କରିଥା’ନ୍ତି।

nis-ad
Leave A Reply

Your email address will not be published.