ରେଳ ଧାରଣା ନିକଟରୁ କନଷ୍ଟେବଲଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଛତ୍ରପୁର : ଛତ୍ରପୁର ଚର୍ଚ୍ଚ ରୋଡ୍ ନିକଟ ରେ ଥିବା ରେଳଧାରଣା ନିକଟରୁ ଜଣେ କନଷ୍ଟେବଲଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ କନଷ୍ଟେବଲ ଜଣକ ଛତ୍ରପୁର ଅଂଚଳ ର କେ. ଜଗନ୍ନାଥ ରାଓ (୨୪) ବୋଲି ସୂଚନା ମିଳିଛି । ସେ ଏପିଆର ରେ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ରେଳଧାରଣା ନିକଟରେ ପଡିଥିବା ଖବର ପାଇ ଛତ୍ରପୁର ଥାନା ପୋଲିସ୍ ଓ ଜିଆରପି ଥାନା ପୋଲିସ୍ ଘଟଣା ସ୍ଠଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପରେ ବ୍ରହ୍ମପୁର ଜିଆରପି ଥାନାରେ ୨୫/୨୨ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

nis-ad
Leave A Reply

Your email address will not be published.