ଭୁବନେଶ୍ବରରୁ ଜୟପୁରକୁ ଉଡାଣ କରିଛି ଇଣ୍ଡିଆ ଏୟାର ୱାନ ବିମାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡିଲା ବିମାନ । ଆଜି(ବୁଧବାର) ସକାଳ ୧୦ଟା ୧୫ ମିନିଟ୍ ସମୟରେ ଭୁବନେଶ୍ବରରୁ ଜୟପୁରକୁ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ । ପରୀକ୍ଷାମୂଳକ ଭାବେ ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ଇଣ୍ଡିଆ ଏୟାର ୱାନ ବିମାନ ଉଡାଣ ଭରିଛି । ୪୦ ମିନିଟ୍ ପରେ ଏହା ଜୟପୁରରେ ପହଞ୍ଚିଛି ।

ଏହାପରେ ପୁଣି ମଧ୍ୟାହ୍ନ ୧୨ଟାରେ ବିମାନଟି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରିବ । ଏନେଇ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.