କଳିଙ୍ଗ ଷ୍ଟାଡିୟମରେ ନେପାଳ-ବାଂଲାଦେଶ ଖେଳାଳି ହାତାହାତି

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ହକି ଗ୍ରାଉଣ୍ଡ ପାଲଟିଯାଇଛି ବ୍ୟାଟଲ ଗ୍ରାଉଣ୍ଡ । କଳିଙ୍ଗ ଷ୍ଟାଡିୟମରେ ନେପାଳ ଏବଂ ବାଂଲାଦେଶ ଖେଳାଳି ହାତାହାତି ହୋଇଛନ୍ତି । ସାଫ ଫୁଟବଲ ମ୍ୟାଚ୍ ବେଳେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ମାରପିଟ୍ ହୋଇଛି । କିଛି ସମୟ ପାଇଁ ମ୍ୟାଚ୍ ବନ୍ଦ ରହିବା ପରେ ମ୍ୟାଚ୍ ବିଳିମ୍ବରେ ସରିଥିଲା । ଉଭୟ ଦଳର ଜଣେ ଲେଖାଏଁ ଖେଳାଳି ରେଡ କାର୍ଡରେ ବିଦା ହୋଇଛନ୍ତି ।

ତେବେ ନେପାଳ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ ସମୟରେ ଖେଳାଳିମାନଙ୍କ ଭିତରେ ଉତ୍ତେଜନା ପରିସ୍ତିତି ସୃଷ୍ଟି ହୋଇଛି । ଉଭୟଙ୍କ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି ଯେ, ନିଜ ନିଜ ଭିତରେ ହାତାହାତି ହୋଇଛନ୍ତି ଉଭୟ ଦଳର ଖେଳାଳି । ଏହି ପରିସ୍ଥିତି ଯୋଗୁଁ ଉଭୟ ଦଳର ଜଣେ ଲେଖାଏଁ ଖେଳାଳିଙ୍କୁ ରେଡ କାର୍ଡ ଦେଇ ବିଦା କରିଥିଲେ ମ୍ୟାଚ ରେଫରୀ । ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ମ୍ୟାଚ ପୁଣିଥରେ ଆରମ୍ଭ କରାଯାଇଥିଲା । ତେବେ ବିଳମ୍ବରେ ଖେଳାଯିବାରୁ ପ୍ରକୃତ ସମୟରୁ ବିଳମ୍ବରେ ଏହି ମ୍ୟାଚର ଶେଷ ହୋଇଛି ।

nis-ad
Leave A Reply

Your email address will not be published.