ନୟାଗଡ଼ରେ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି

ନୟାଗଡ଼: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି ନୟାଗଡ଼ରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଛନ୍ତି । ଶନିବାର ରଣପୁର ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ ବୈଠକରେ ସେ ଯୋଗ ଦେଇଛନ୍ତି ।

ରଣପୁରରେ ଅନୁଷ୍ଠିତ ବୈଠକରେ ନିରଞ୍ଜନ ଜ୍ୟୋତି ବରିଷ୍ଠ ନାଗରିକ ଏବଂ ଭୋଟରମାନଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ରଣପୁର ବିଡ଼ିଓ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ବିଜେପି ନେତା ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.