କାଉଡିଆଙ୍କ ଉପରେ ମାଡିଗଲା କାର, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: କାଉଡିଆଙ୍କ ଉପରେ ମାଡିଗଲା କାର । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଉଡିଆ ଜଣକ ହେଲେ ଦଶମ ଶ୍ରେୀଣୀ ଛାତ୍ର । ତେବେ ପିପିଲି ଛକ ପେଟ୍ରୋଲ ଟାଙ୍କି ନିକଟରେ ଏକ କାର ଛାତ୍ର ଜଣଙ୍କ ଉପରେ ମାଡି ଯାଇଛି ।

ସୂଚନା ଅନୁସାରେ, ପୁରୀ ମାର୍କଣ୍ଡ ସାହିର ଦଶମ ପାସ କରିଥିବା ନୃସିଂହ ମୁଦୁଲି ବାପାଙ୍କ ସହ କଟକ ଗଡଗଡିଆ ଘାଟରୁ ପାଣି ଉଠାଇଥିଲେ । ପୁରୀ ଲୋକନାଥ ମନ୍ଦିର ଯାଉଥିଲେ । ରାତିରେ ପିପିଲି ଛକରେ ବିଶ୍ରାମ ନେଇଥିଲେ ।

ପେଟ୍ରୋଲ ଟାଙ୍କି ଉପରେ ବିଶ୍ରାଣ ନେଉଥିବା ବେଳେ ଏକ ଇଣ୍ଡିଗୋ କାର ତାଙ୍କ ଉପରେ ମାଡିଯାଇଥିଲା । ତାଙ୍କର ଗୋଡରେ ଗୁରୁତର ଭାବେ ଆଘାତ ଲାଗିଛି । ଏହାସହିତ ତାଙ୍କର ମୁଣ୍ଡ ଓ ମୁହଁ ଫାଟି ଯାଇଛି ।

nis-ad
Leave A Reply

Your email address will not be published.