କମେଣ୍ଟ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ

କେନ୍ଦ୍ରାପଡା: କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ପ୍ରଥମେ ଷ୍ଟ୍ରକୁ ନେଇ ବିବାଦ ଓ ତାପରେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାରୁ ହଳଦିଆ ଗ୍ରାମର କେଳା ସାହି ଓ ତିଲଙ୍ଗ ଗାଁର କେତେକ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ସେପଟେ କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ କେନ୍ଦ୍ରାପଡ଼ା ଡେରାବିଶ୍ ଥାନା ଅନ୍ତର୍ଗତ ତିଲଙ୍ଗ ଗ୍ରାମବାସୀଙ୍କ ଘରେ ପଶି ଘରର ବ୍ୟବହୃତ ସାମଗ୍ରୀ ନେବା ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୯ଟା ସମୟରେ ଜଣେ ଯୁବତୀ ତାଙ୍କ ଭାଇଙ୍କୁ ନେଇ ଏକ ଦୋକାନକୁ ମୃଦ୍ୟୁ ପାନୀୟ ଆଣିବାକୁ ଯାଇଥିଲେ । କିନ୍ତୁ ସେଠାରେ ଷ୍ଟ୍ର ତଳେ ପଡିଯିବାରୁ ଯୁବତୀ ଜଣଙ୍କ ଦୋକାନୀଙ୍କୁ ଆଉ ଏକ ଷ୍ଟ୍ର ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ କିଛି ଯୁବକ ଯୁବତୀଙ୍କୁ କମେଣ୍ଟ ମାରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କ ମାମୁଁ ଯୁବକଙ୍କୁ ରୋକିବାରୁ ଆରମ୍ଭ ହୋଇଥିଲା ଗୋଷ୍ଠୀ ବିବାଦ । ଯୁବତୀଙ୍କ ମାମୁଁଙ୍କୁ ଯୁବକ ମାନେ ଏକ କାଚ ବୋତଲରେ ଆକ୍ରମଣ କରିଥିଲେ ।

ଏହାପରେ ମାହାଙ୍ଗା ଥାନା ହଳଦିଆ ଗାଁ କେଳା ସାହିର କେତେକ ଲୋକ ଓ ଡେରାବିଶ ଥାନା ଅଞ୍ଚଳ ତିଲଙ୍ଗ ଗାଁର କେତେକ ଲୋକଙ୍କ ମଧ୍ୟରେ ଉଗ୍ର ରୂପ ନେଇଥିଲା ଏହି ବିବାଦ । ଫଳରେ ୧୦ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା ।

ଏନେଇ ଖବର ପାଇ ଡେରାବିଶ ଓ ମାହାଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେପଟେ ମାହାଙ୍ଗା ପୋଲିସ ତିଲଙ୍ଗ ଗାଁର ନିର୍ଦ୍ଦିଷ୍ଟ କେତେକ ଲୋକଙ୍କ ଘରୁ ଛୁରୀ, ଭୁଜାଲି, ଫାର୍ସା, ମାରଣାସ୍ତ୍ର ସହିତ ତିନୋଟି ଟିଭିକୁ ଜବତ କରି ଥାନାକୁ ନେଇ ଯାଇଥିଲେ । ପୋଲିସ ରାତି ଅଧରେ ଘରେ ପଶି ଘରର ବ୍ୟବହୃତ ସାମଗ୍ରୀ ନେବା ଘଟଣାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.