ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ, ହାଇୱା ହେଲ୍‌ପର୍‌ଙ୍କୁ ବେଲ୍ଟରେ ପିଟି ପିଟି ରକ୍ତାକ୍ତ କଲେ

ପୁରୀ,୩୦/୦୭: ସତ୍ୟବାଦୀ ଥାନା ଅଧୀନ ଶୁକଳ ଛକରେ ଘଟିଛି ଅଭାବନୀୟ କାଣ୍ଡ । ଶୁକଳର ଅନିଆ ବିଶ୍ୱାଳ (୩୫) ନାମକ ଜଣେ ଅଟୋ ଚାଳକ ଘଟାଇଛି ଉନ୍ମତ୍ତ କାଣ୍ଡ । ପଡୋଶୀ ଗ୍ରାମ ଭଣ୍ଡାରୀଦଣ୍ଡାର ଅମର ପରିଡା (୨୬) ନାମକ ଜଣେ ହାଇୱା ହେଲ୍‌ପର୍‌ଙ୍କୁ ସେ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି । ବେଲ୍‌ଟରେ ପିଟି ପିଟି ଅମରଙ୍କୁ ରକ୍ତାକ୍ତ କରି ଦେଇଛି ଅନିଆ ।

ଏନେଇ ସତ୍ୟବାଦୀ ଥାନାରେ ମାମଲା ରୁଜୁ ହୋଇ ଅନିଆ ଅଟକ ରହିଛି । ହେଲେ ପାଲଟା ଅଭିଯୋଗରେ ଆଉ ଏକ ମାମଲା ରୁଜୁ କରି ପୁଲିସ ଆହତ ଅମରଙ୍କୁ ବି ଅଟକ ରଖିଛି ।

ମିଳିଥିବା ଖବର ଅନୁସାରେ ଶୁକ୍ରବାର ସକାଳେ ଶୁକଳ ଛକରେ ଜଳଖିଆ ଖାଇ ଦୋକାନ ଭିତରୁ ବାହାରୁଥିଲେ ଅମର । ଦୋକାନ ସମ୍ମୁଖରେ ଅନିଆ ରଖିଥିଲା ଅଟୋ । ଅଟୋ ସାଇଡ୍‌ କରିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ପରେ ଅମରଙ୍କ ମାଲିକ ଏଥିରେ ହସ୍ତକ୍ଷେପ କରି ସମାଧାନ କରିଥିଲେ । ମାତ୍ର ଅଧଘଣ୍ଟେ ପରେ ଅନିଆ ପୁଣି ଥରେ ଅମରଙ୍କ ପାଖକୁ ଆସି ଆକ୍ରମଣ କରିଥିଲା । ବେଲ୍‌ଟରେ ପିଟି ପିଟି ଲହୁଲୁହାଣ କରିଥିଲା । ଏନେଇ ଅଭିଯୋଗ ପରେ ପୁଲିସ ଅନିଆକୁ ଉଠାଇ ନେଇଛି । ହେଲେ ଅନିଆ ମଧ୍ୟ ଅଭିଯୋଗ କରିଛି ଯେ, ତାକୁ ବି ମାଡ ମାରିଛି ଅମର । ତେଣୁ ରୁଜୁ ହୋଇଥିବା ଆଉ ଏକ ମାମଲାରେ ଅମର ବି ଥାନାରେ ଅଟକ ଥିବା ଜଣାପଡିଛି।

nis-ad
Leave A Reply

Your email address will not be published.