ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ

ବଡବିଲ ୩୦।୭: ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ ବଡବିଲ ପୋଲିସ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁରୁବାର ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏ ଘଟଣାରେ ତ୍ବରିତ ପଦକ୍ଷେପ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦାରେ ବାପା-ମା’ଛେଉଣ୍ଡ ୧୨ ବର୍ଷର ନାବାଳକ ନିଜ ଆଈ ନିକଟରେ ରହୁଥିଲେ । ଘଟଣା ଦିନ ଆଈ କାମକୁ ଯାଇଥିବା ବେଳେ ନାବାଳକଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ଅପ୍ରାକୃତିକ ଭାବେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଗଣେଶ । ପୀଡିତ ନାବାଳକଙ୍କ ଆଈ ଏହା ଜାଣିବା ପରେ ବଡବିଲ ଥାନାରେ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.